Categories: ଜାତୀୟ

ବୁଲଦାଣା ବସ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୭: ମହାରାଷ୍ଟ୍ରର ବୁଲଦାଣା ଜିଲାରେ ଏକ ଭୟଙ୍କର ବସ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ ପିଲାଙ୍କ ସମେତ ୨୫ଜଣ ପ୍ରାଣ ହରାଇଛନ୍ତି। ପୋଲିସର ସୂଚନାନୁସାରେ ନାଗପୁରରୁ ଔରଙ୍ଗାବାଦ ରାସ୍ତାରେ ବସ ପ୍ରଥମେ ଏକ ଲୁହା ପୋଲକୁ ଧକ୍କା ଦେଇଥିଲା ଏବଂ ନିୟନ୍ତ୍ରଣ ହରାଇବା ପରେ ଡିଭାଇଡରକୁ ଧକ୍କା ଦେଇ ଓଲଟି ପଡିଥିଲା। ଏହି ବୁଲଦାଣାଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କ ଠାରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ପର୍ଯ୍ୟନ୍ତ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ବିସ ଖୁବ୍‌ଶୀଘ୍ର ଦୁର୍ଘଟଣା ସ୍ଥଳକୁ ଯିବେ।

ବୁଲଦାଣା ବସ ଦୁର୍ଘଟଣା ପରେ ପିଏମଓ ଟୁଇଟ କରିଛନ୍ତି ଯେ, ବସ ଦୁର୍ଘଟଣା ପରେ ମୁଁ ଅତ୍ୟନ୍ତ ଦୁଃଖିତ। ମୋର ଚିନ୍ତାଧାରା ଏବଂ ପ୍ରାର୍ଥନା ମୃତକଙ୍କ ପରିବାର ସହିତ ଅଛି। ଏହା ସହିତ ସେ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ପ୍ରଭାବିତ ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଯାଉଛି।

 

Share