Categories: ଜାତୀୟ

ରେଷ୍ଟୁରାଣ୍ଟ, ବାର୍‌ ବନ୍ଦ ଘୋଷଣା: ଘରୁ କାମ କରିବେ କର୍ମଚାରୀ

ମୁମ୍ବାଇ,୪।୪: ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଛି । ଏହା ପୂର୍ବ ଅପେକ୍ଷା ଅଧିକ ବିପଜ୍ଜନକ ବୋଲି କୁହାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୩ ହଜାରରୁ ଅଧିକ ଚିହ୍ନଟ ହୋଇଥିବାବେଳେ ୫୧୩ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ କରୋନା ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ଏବଂ ରବିବାର ଲକ୍‌ଡାଉନ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରବିବାର ବସିଥିବା କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରିବାକୁ ଜିଦ ଧରିଥିଲେ ହେଁ କ୍ୟାବିନେଟ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଏହା ପରେ ଶନିବାର ଏବଂ ରବିବାର ଦିନ ଲକଡାଉନ ଲାଗୁ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏନସିପି ନେତା ନବାବ ମଲିକ ଏହା ନିଶ୍ଚିତ କରିଛନ୍ତି।

ଶୁକ୍ରବାର ରାତିରେ ସକାଳ ଆଠରୁ ସାତଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଚଳଚ୍ଚିତ୍ରର ଶୁଟିଂ ବନ୍ଦ ହେବ ନାହିଁ, କିନ୍ତୁ ପ୍ରେକ୍ଷାଳୟ ବନ୍ଦ ରହିବ। ରାତିରେ କେବଳ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯିବ। ଉଦ୍ୟାନ ଏବଂ ଖେଳ ପଡିଆ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅସଲମ ଶେଖ କହିଛନ୍ତି ଯେ ପ୍ରେକ୍ଷାଳୟ, ରେଷ୍ଟୁରାଣ୍ଟ, ମଲ ଏବଂ ବାର୍‌ ସମ୍ପୂର୍ଣ୍ଣ ବନ୍ଦ ରହିବ। ଅଫିସ ପାଇଁ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ପଡିବ ବୋଲି ସେ କହିଛନ୍ତି।

Share