Categories: ଜାତୀୟ

ଶିବସେନା-ଭାଜପା ମଧ୍ୟରେ କୌଣସି ମତଭେଦ ନାହିଁ: ଅମିତ ଶାହାଙ୍କୁ ଭେଟିବା ଶିନ୍ଦେଙ୍କ ପ୍ରତିକ୍ରିୟା

ମୁମ୍ବାଇ,୫।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି, ଶିବସେନା ଏବଂ ଭାଜପା ମଧ୍ୟରେ କୌଣସି ମତଭେଦ ନାହିଁ। ବିରୋଧୀ ଦଳ ଗୁଜବ ପ୍ରଚାର କରୁଛନ୍ତି, ଯାହାର କୌଣସି କାମ ନାହିଁ ବୋଲି ସେ କହିଛନ୍ତି। ଶିନ୍ଦେ କହିଛନ୍ତି, ମ୍ୟୁନିସିପାଲିଟି ନିର୍ବାଚନ ସମେତ ଭବିଷ୍ୟତରେ ଶିବସେନା ଏବଂ ଭାଜପା ସମସ୍ତ ନିର୍ବାଚନ ମିଶିକି ଲଢିବେ। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳ ଶିବସେନା ମହାରାଷ୍ଟ୍ରରେ ଭାଜପା ସହିତ ମିଶି ସରକାରରେ ଅଛନ୍ତି। ରବିବାର ରାତିରେ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବିସ ଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହାଙ୍କୁ ଭେଟିଛନ୍ତି।

ମୁଖ୍ୟମନ୍ତ୍ରୀ ଶିନ୍ଦେ ସୋମବାର କହିଛନ୍ତି, ରବିବାର ମୁଁ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବିସ କେନ୍ଦ୍ର ସ୍ବରାଷ୍ଟ୍ର ଅମିତ ଶାହାଙ୍କୁ ଭେଟିଥିଲୁ। ଆମେ ସହକାରୀ କ୍ଷେତ୍ର ସହ ଜଡିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲୁ। କ୍ୟାବିନେଟ ସମ୍ପ୍ରସାରଣ ବିଷୟରେ ମଧ୍ୟ ଆଲୋଚନା ହୋଇଛି। ତେବେ କ୍ୟାବିନେଟ ସମ୍ପ୍ରସାରଣ ଶୀଘ୍ର ହେବ ବୋଲି ଶିନ୍ଦେ କହିଛନ୍ତି।

Share