Categories: ଜାତୀୟ

ଆଜି ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ

ନୂଆଦିଲ୍ଲୀ,୯।୮:ମହାରାଷ୍ଟ୍ରରେ ଏକନାଥ ଶିନ୍ଦେ ସରକାରଙ୍କ ମନ୍ତ୍ରିମଣ୍ଡଳର ବହୁ ପ୍ରତୀକ୍ଷିତ ସମ୍ପ୍ରସାରଣ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ହେବାକୁ ଯାଉଛି। ମୁମ୍ବାଇସ୍ଥିତ ରାଜଭବନରେ ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ। ପ୍ରଥମ ପର୍ଯ୍ୟାୟରେ ଶିନ୍ଦେ ୧୫ ଜଣ ମନ୍ତ୍ରୀଙ୍କୁ ସାମିଲ କରିବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଉପମୁଖ୍ୟମମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ମିଳିବା ଆଶା କରାଯାଉଛି। ସୂଚନାଯୋଗ୍ୟ, ଶିବସେନାରେ ବିଦ୍ରୋହ ଯୋଗୁ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଜୁନ୍‌ ୩୦ରେ ଶିନ୍ଦେ ଏବଂ ଫଡ୍‌ନବିସ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଦୀର୍ଘଦିନ ହେଲା ଦୁଇଜଣରେ ସରକାର ଚାଲିଥିବାରୁ ଏହାକୁ ନେଇ ବିରୋଧୀ ସମାଲୋଚନା କରୁଥିଲେ। ଶିନ୍ଦେ ପ୍ରଶାସନିକ ଅଧିକାରୀଙ୍କୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରିବା ବିରୋଧୀଙ୍କୁ କ୍ଷୁବ୍ଧ କରିଥିଲା।

Share