Categories: ଜାତୀୟ

କେବେ ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ? ମୁଖ୍ୟମନ୍ତ୍ରୀ ଶିନ୍ଦେ ଦେଲେ ସୂଚନା

ମୁମ୍ବାଇ,୧୨।୭: ମହାରାଷ୍ଟ୍ର ସରକାରରେ ଏନସିପି ବିଧାୟକଙ୍କୁ ସାମିଲ କରାଯିବା ପରେ ଖୁବଶୀଘ୍ର କ୍ୟାବିନେଟ ସମ୍ପ୍ରସାରଣ ହେବ। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସ ଏବଂ ଅଜିତ ପାୱାରଙ୍କ ସହ ବିଳମ୍ବିତ ରାତିରେ ସାକ୍ଷାତ କରିଥିଲେ ଏବଂ ଏହା ପରେ ସେ ଏହି ଘୋଷଣା କରିଥିଲେ। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉଭୟ ଉପମୁଖ୍ୟମନ୍ତ୍ରୀ ସହ ତାଙ୍କର ଏହି ସାକ୍ଷାତ ହୋଇଥିଲା। ଅଜିତ ପାୱାରଙ୍କ ସମେତ ୯ ଏନସିପି ବିଧାୟକ ଦୁଇ ସପ୍ତାହ ପୂର୍ବରୁ ମହାରାଷ୍ଟ୍ର ସରକାରରେ ଯୋଗ ଦେଇଛନ୍ତି। ଏହପରେ ଅନେକ ବିଧାୟକ ଶରଦ ପାୱାରଙ୍କ ଦଳକୁ ଫେରିସାରିଛନ୍ତି।

ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶିନ୍ଦେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସଙ୍କ ଉପରେ ଦେଇଥିବା ଉଦ୍ଧବ ଠାକରେଙ୍କ ମନ୍ତବ୍ୟକୁ ନିନ୍ଦା କରିଥିଲେ। ସେ କହିଛନ୍ତି, ଦେବେନ୍ଦ୍ର ଫଡନ୍‌ଭିସଙ୍କ ଉପରେ ଉଦ୍ଧବ ଠାକରେଙ୍କ ମନ୍ତବ୍ୟ ନିନ୍ଦନୀୟ।

Share