Categories: ଜାତୀୟ

୨ ପର୍ଯ୍ୟାୟରେ ହେବ ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ

ମୁମ୍ବାଇ ୭।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ କ୍ୟାବିନେଟ୍‌ ସମ୍ପ୍ରସାରଣ ଦୁଇଟି ପର୍ଯ୍ୟାୟରେ ହେବ ବୋଲି ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟ ସମ୍ପ୍ରସାରଣ ଜୁଲାଇ ୧୮ ତାରିଖ ପୂର୍ବରୁ ଏବଂ ଦ୍ୱିତୀୟ ପର୍ଯ୍ୟାୟ ରାଷ୍ଟ୍ରପତି ନିର୍ବାଚନ ପରେ ହେବ। ଶିବସେନା ସହ ମେଣ୍ଟ କରି ପୁଣି କ୍ଷମତାକୁ ଫେରିଥିବା ଭାଜପାକୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିପାରେ ବୋଲି କୁହାଯାଉଛି। ତେବେ ପ୍ରଥମ ପର୍ଯ୍ୟାୟ ମନ୍ତ୍ରିମଣ୍ଡଳରେ ଶିନ୍ଦେଙ୍କ ଦଳ ଓ ଭାଜପାର କିଛି ବିଧାୟକଙ୍କୁ ସାମିଲ କରାଯାଇପାରେ।

Share