ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ସ୍ବପ୍ନିଲଙ୍କ ପାଇଁ ଟ୍ରେଜେରୀ ଖୋଲିଲେ ମୁଖ୍ୟମନ୍ତ୍ରୀ ଶିନ୍ଦେ, କଲେ ବଡ଼ ଘୋଷଣା

ମୁମ୍ବାଇ,୧।୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ସ୍ବପ୍ନିଲ କୁସାଲେଙ୍କ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଟ୍ରେଜେରୀ ଖୋଲିଛନ୍ତି। ସେ ସ୍ବପ୍ନିଲ କୁସାଲେଙ୍କୁ ଏକ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏଥିସହିତ ସିଏମ ସ୍ବପ୍ନିଲଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ପରିବାର ଏବଂ ତାଙ୍କ ପ୍ରଶିକ୍ଷକଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଏହା ଆମର ମହାରାଷ୍ଟ୍ରର ଗର୍ବ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଶିନ୍ଦେ କହିଥିଲେ ଯେ କୋଲହାପୁରର ବାସିନ୍ଦା ସ୍ବପ୍ନିଲ କୁସାଲେ ନିଶ୍ଚିତ ଭାବରେ ସରକାରଙ୍କଠାରୁ ଆବଶ୍ୟକ ସହାୟତା ପାଇବେ। ଏବେ ସିଏମ ତାଙ୍କୁ ୧ କୋଟି ଟଙ୍କା ଦେବାକୁ ଘୋଷଣା କରିଛି।

ଭାରତୀୟ ଶୁଟର ସ୍ବପ୍ନିଲ କୁସାଲେ ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ୫୦ ମିଟର ଥ୍ରୀ ପୋଜିସନ୍‌ରେ ଭାରତ ପାଇଁ ଐତିହାସିକ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ସେ ଭାରତ ପାଇଁ ଅଲିମ୍ପିକ ପଦକ ଜିତିଥିବା ପ୍ରଥମ ଆଥଲେଟ ଅଟନ୍ତି। ସେ ଯୋଗ୍ୟତା ପର୍ଯ୍ୟାୟରେ ସପ୍ତମ ସ୍ଥାନ ହାସଲ କରିଥିଲେ।

Share