Categories: ଜାତୀୟ

ପେଟ୍ରୋଲ, ଡିଜେଲ ଦର କମାଇବାକୁ ସିନ୍ଧେଙ୍କ ଘୋଷଣା

ମୁମ୍ବାଇ, ୫ା୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଧେ ଆସ୍ଥାଭୋଟ ଜିତିବା ପରେ ରାଜ୍ୟବାସୀଙ୍କ ପାଇ ଏକ ବଡ଼ ଘୋଷଣା କରିଛନ୍ତି। ପେଟ୍ରୋଲ, ଡିଜେଲ ଦର କମାଇବା ପାଇଁ ରାଜ୍ୟ ସରକାର ଏହା ଉପରୁ ମୂଲ୍ୟଯୁକ୍ତ ଟିକସ (ଭାଟ୍‌) କମାଇବା ପାଇଁ ମୁଖ୍ୟମନ୍ତ୍ରୀ ଶିନ୍ଦେ ଘୋଷଣା କରିଛନ୍ତି। ନୂଆ କ୍ୟାବିନେଟର ପରବର୍ତ୍ତୀ ବୈଠକରେ ତୈଳ ଉପରୁ ଭାଟ୍‌ ହ୍ରାସ କରାଯିବ ବୋଲି ଶିନ୍ଦେ କହିଛନ୍ତି।

ଗତ ନଭେମ୍ବରରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଯଥାକ୍ରମେ ୫ ଓ ୧୦ ଟଙ୍କା ହ୍ରାସ କରିଥିଲେ। ଏହାପରେ ଅଧିକାଂଶ ଭାଜପା ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ଭାଟ୍‌ କମାଇଥିଲେ।

Share