Categories: ଜାତୀୟ

ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ ମୁଡରେ ଶିନ୍ଦେ: ବଦଳିବନି ଔରଙ୍ଗାବାଦ-ଉସ୍‌ମାନାବାଦର ନାମ

ମୁମ୍ବାଇ,୧୫।୭: ମହାରାଷ୍ଟ୍ରରେ କ୍ଷମତା ଭାର ସମ୍ଭାଳିବା ମାତ୍ରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଉଦ୍ଧବ ଠାକରେ ସରକାରଙ୍କ ନିଷ୍ପତ୍ତି ଉପରେ ରୋକୋ ଲଗାଇବା ଆରମ୍ଭ କରିଛନ୍ତି। ଏହି କ୍ରମରେ ଔରଙ୍ଗାବାଦ ଓ ଉସ୍‌ମାନାବାଦର ନାମ ପରିବର୍ତ୍ତନକୁ ନେଇ ଥିବା ଉଦ୍ଧବଙ୍କ ନିଷ୍ପତ୍ତି ଉପରେ ରୋକୋ ଲଗାଇଛନ୍ତି ଶିନ୍ଦେ। ସୂଚନାଯୋଗ୍ୟ, ଉଦ୍ଧବ ଠାକରେ ତାଙ୍କ ଶେଷ କ୍ୟାବିନେଟ ବୈଠକରେ ଔରଙ୍ଗାବାଦକୁ ସମ୍ଭାଜିନଗର ଏବଂ ଓସ୍‌ମାନାବାଦକୁ ଧାରାସିଭ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏତଦ୍‌ ବ୍ୟତୀତ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ମଧ୍ୟ ଡିବି ପାଟିଲ ବୋଲି ଘୋଷଣା କରାଯାଇଥିଲା। ଅନ୍ୟପଟେ ଏକନାଥ ଶିିନ୍ଦେ କହିଛନ୍ତି, ଉଭୟ ସହରର ନାମ ପରିବର୍ତ୍ତନ କରିବା ନିଷ୍ପତ୍ତି ତରବରିଆ ଭାବେ ନିଆଯାଇଥିଲା। ଏଭଳି ପରିସ୍ଥିତିରେ ସରକାର ଏହାକୁ ପୁନର୍ବାର ବିଚାର କରିବେ ଏବଂ ଏହି ପ୍ରସ୍ତାବକୁ କ୍ୟାବିନେଟ ସମ୍ମୁଖରେ ରଖିବେ ବୋଲି ଶିନ୍ଦେ କହିଛନ୍ତି।

Share