ମୁମ୍ବାଇ,୧୧।୪: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ ମିଳିଛି। ମହାରାଷ୍ଟ୍ର ପୋଲିସର କଣ୍ଟ୍ରୋଲ ନଂ ୧୧୨କୁ ସୋମବାର ରାତି ପ୍ରାୟ ୧୦ଟା ସମୟରେ କେହି ଜଣେ ଫୋନ କରି ଏକନାଥ ଶିନ୍ଦେଙ୍କୁ ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ଏହାପରେ ଫୋନ କାଟିଦେଇଥିବା ଜଣାପଡିଛି।
ମୁଖ୍ୟମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ଫୋନ ଆସିବା ପରେ ପୋଲିସ ତୁରନ୍ତ କଲରଙ୍କ ଲୋକେଶନଯାଞ୍ଚ କରିଥିଲା। ଏହା ପରେ ପୁଣେ ପୋଲିସ କଲରଙ୍କୁ ଗିରଫ କରିଥିଲା। କଲର ଜଣଙ୍କ ମୁମ୍ବାଇର ଧାରାବି ଅଞ୍ଚଳରେ ରହନ୍ତି। ତେବେ କଲର ଜଣଙ୍କ ଯେତେବେଳେ ଫୋନ କରିଥିଲେ, ସେତେବେଳେ ସେ ନିଶାସକ୍ତ ଅବସ୍ଥାରେ ଥିବା ଜଣାପଡିଛି।