Categories: ଜାତୀୟ

ଲୋକ ସଭାରେ ହନୁମାନ ଚାଳିଶା ପାଠ କଲେ ଶ୍ରୀକାନ୍ତ ଶିନ୍ଦେ

ନୂଆଦିଲ୍ଲୀ,୯।୮: ଲୋକ ସଭାରେ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଚାଲିଥିବା ବେଳେ ମଙ୍ଗଳବାର ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଏହି ପ୍ରସ୍ତାବକୁ ବିରୋଧ କରିଥିଲେ। ଏଥିସହ ଶିବସେନା ଏମ୍‌ପି ଶ୍ରୀକାନ୍ତ ଶିନ୍ଦେ ହିନ୍ଦୁତ୍ୱ ଏବଂ ବାଲ ଠାକରେଙ୍କ ବିଚାରାଧାରାକୁ ତ୍ୟାଗ କରିଥିବାରୁ ଉଦ୍ଧବ ଠାକରେ ଦଳକୁ ଟାର୍ଗେଟ୍‌ କରିଛନ୍ତି। ଏହା ସହିତ ସେ ଲୋକ ସଭାରେ ହନୁମାନ ଚଳିଶା ମଧ୍ୟ ପାଠ କରିଛନ୍ତି।

କଲ୍ୟାଣ ଲୋକ ସଭା ଏମ୍‌ପି ଶ୍ରୀକାନ୍ତ ଶିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପୁଅ। ବିରୋଧୀ ଦଳଗୁଡିକ ଉପରେ ଏକ ଆକ୍ରମଣ କରି ସେ କହିଛନ୍ତି ଯେ, ୟୁପିଏ’ ଦୁର୍ନୀତିର ସମକକ୍ଷ ହୋଇଥିବାରୁ ସେମାନେ ସେମାନଙ୍କର ମେଣ୍ଟର ନାମ ଇଣ୍ଡିଆ ରଖିଛନ୍ତି। ଏହା କେବଳ ଏନଡିଏ ବନାମ ଇଣ୍ଡିଆ ନୁହେଁ, ବରଂ ଯୋଜନା ବନାମ ଘୋଟାଲା ବୋଲି ସେ କହିଛନ୍ତି।

Share