Categories: ଜାତୀୟ

କଂଗ୍ରେସ-ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କଲେ ଶିନ୍ଦେ

ମୁମ୍ବାଇ,୧୦।୭: ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ ଦେବା ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତୃତୀୟ ଇଞ୍ଜିନକୁ ଭୁଲି ଯାଇଥିବା ନଜର ଆସିଛି। କାରଣ ସେ ତାଙ୍କ ସମ୍ବୋଧନ ସମୟରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ ଏହା ଏକ ଡବଲ ଇଞ୍ଜିନ ସରକାର। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତ୍ତି ସହ ରାଜନୈତିକ କରିଡରରେ ଆଲୋଚନା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଶିନ୍ଦେ ଉଦ୍ଧବ ଠାକରେଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ତୁମେ ଥରେ ସୁଯୋଗ ମିଳଇଛି ଆଉ ମିଳିବ ନାହିଁ।
ଏକ ଘଷରାଇ ଟେଲଭିଜନ ଚ୍ୟାନେଲର ସୂଚନା ଅନୁଯାୟୀ, ମୁମ୍ବାଇରେ ସଂଖ୍ୟାଲଘୁମାନଙ୍କ ପାଇଁ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମଧ୍ୟ ଉଦ୍ଧବ ଠାକରେଙ୍କ ସମାଲୋଚନାର ଜବାବ ଦେଇଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ଠାକରେଙ୍କୁ ଉତ୍ତର ଦେବାବେଳେ କହିଥିଲେ ଯେ ‘ଆମେ ମହାରାଷ୍ଟ୍ରକୁ ଆଗକୁ ନେଉଛୁ, ମହାରାଷ୍ଟ୍ରର ସ୍ବାର୍ଥ ପାଇଁ ନିଷ୍ପତ୍ତି ନେଉଛୁ’।

Share