Categories: ଜାତୀୟ

ବାଲ ଠାକରେ, ନରେନ୍ଦ୍ର ମୋଦିଙ୍କ ନାଁ ନେଇ ଭୋଟ ମାଗିଥିଲେ ଉଦ୍ଧବ, ପରେ କରିଥିଲେ ବିଶ୍ୱାସଘାତକତା: ଏକନାଥ ଶିନ୍ଦେ

ମୁମ୍ବାଇ,୧୪।୭: ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୁରୁବାର ଶିବସେନା (ୟୁବିଟି) ସଭାପତି ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଉଦ୍ଧବ ଠାକରେ ଭାଜପା ସହ ‘ସ୍ବାଭାବିକ ମେଣ୍ଟ’ ଛାଡି ନିର୍ବାଚନରେ ଜିତିବା ପାଇଁ ବାଲ ଠାକରେ ଏବଂ ନରେନ୍ଦ୍ର ମୋଦିଙ୍କ ନାମର ଅପବ୍ୟବହାର କରିଛନ୍ତି। ସେମାନଙ୍କର ଫଟୋଗ୍ରାଫ ରଖି ଭୋଟ ମାଗିଥିଲେ ଏବଂ ପରେ କଂଗ୍ରେସରେ ଯୋଗ ଦେଇ ବିଶ୍ୱାସଘାତକତା କରିଥିଲେ। ସେ ଭୋଟରଙ୍କୁ ପରିତ୍ୟାଗ କରି କ୍ଷମତାର ଲୋଭରେ ଜନାଦେଶର ଅପବ୍ୟବହାର କରିଥିଲେ। ଆମେ ମୁହଁ ଖୋଲୁ ନାହଁୁ, ଏହାର ଅର୍ଥ ନୁହେଁ ଯେ ଆମେ କହିବୁ ନାହିଁ। ଯଦି ଆମେ କହିବା ଆରମ୍ଭ କରିବୁ, ସେମାନେ ମୁହଁ ଦେଖାଇବାକୁ ରହିବେ ନାହିଁ।
ଶିନ୍ଦେ କହିଛନ୍ତି, ଦୁର୍ଭାଗ୍ୟଜନକ ଯେ ବାଲାସାହେବ ଠାକରେଙ୍କ ଆଦର୍ଶ କେବଳ କ୍ଷମତା ପାଇଁ ଚୂର୍ଣ୍ଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲାସାହେବ ଠାକରେଙ୍କ ଧାରା ୩୭୦ ରଦ୍ଦ କରିବାର ସ୍ବପ୍ନକୁ ପୂରଣ କରିଛନ୍ତି ଏବଂ ଆପଣ ତାଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି।

Share