Categories: ଜାତୀୟ

ବିଧାନସଭାର ସିଏଲ୍‌ପି ପଦରୁ ଇସ୍ତଫା ଦେଲେ ବାଲାସାହେବ ଥୋରାଟ

ନୂଆଦିଲ୍ଲୀ,୭।୨: କଂଗ୍ରେସର ବରିଷ୍ଠ ନେତା ବାଲାସାହେବ ଥୋରାଟ ବିଧାନସଭା ସିଏଲ୍‌ପି ପଦରୁ ଇସ୍ତଫା ଦେଇଛନ୍ତି। ନାସିିକ ବିଧାନ ପରିଷଦ ନିର୍ବାଚନ ପରେ ବାଲାସାହେବ ଥୋରାଟ ଏବଂ ପ୍ରଦେଶ ଅଧ୍ୟକ୍ଷ ନାନା ପାଟୋଲଙ୍କ ମଧ୍ୟରେ ମତଭେଦ ହୋଇଥିବା ଦେଖିବାକୁ ମିଳିଥିଲା। ସୋମବାର ବାଲାସାହେବ ଥୋରାଟ ନାନା ପାଟୋଲଙ୍କ ସମ୍ପର୍କରେ କଂଗ୍ରେସ ହାଇକମାଣ୍ଡଙ୍କୁ ଏକ ଚିଠି ଲେଖି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଥୋରାଟ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଚିଠି ଲେଖି କହିଛନ୍ତି, ସେ ନାନା ପାଟୋଲଙ୍କ ସହ କାମ କରିପାରିବେ ନାହିଁ। ନିକଟରେ ଅନୁଷ୍ଠିତ ହୋଇଥିବା ନାସିକ ବିଧାନ ପରିଷଦ ନିର୍ବାଚନକୁ ନେଇ ଦଳର ଭିତରେ ହୋଇଥିବା ରାଜନୀତିରୁ ସେ ଚିନ୍ତାରେ ଅଛନ୍ତି ବୋଲି ସେ କହିଛନ୍ତି। କଡା ଶବ୍ଦରେ ଥୋରାଟ କହିଛନ୍ତି, ‘ନାନା ପାଟୋଲ ମୋ ଉପରେ ରାଗିଛନ୍ତି, ଏପରି ପରିସ୍ଥିତିରେ ତାଙ୍କ ସହ କାମ କରିବା ସମ୍ଭବ ନୁହେଁ। ନାସିକରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ସମୟରେ ଦ୍ୱନ୍ଦ୍ୱ ଏବଂ ଭୁଲ ବୁଝାମଣା ପାଇଁ କେବଳ ପାଟୋଲ ଦାୟୀ।’ ଅନ୍ୟପଟେ ଆଶ୍ଚର୍ଯ୍ୟଜନକ ଯେ, ନାନା ପାଟୋଲ ଥୋରାଟଙ୍କ ଚିଠିର ଉତ୍ତର ଦେବାକୁ ମନା କରି ଦେଇଛନ୍ତି। ସୂଚନାଯୋଗ୍ୟ, ନାସିକ ବିଧାନ ପରିଷଦ ନିର୍ବାଚନରେ ସତ୍ୟଜିତ ତାମ୍ବେ ସ୍ବାଧୀନ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ନିର୍ବାଚନରେ ବିଜୟ ହାସଲ କରିିଥିଲେ। ଏହାପରେ ସେ ତାଙ୍କ ପରିବାର ଏବଂ ଥୋରାଟଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରିଥିବା ଥୋରାଟ ଅଭିଯୋଗ କରିଛନ୍ତି।

Share