ମୁମ୍ବାଇ,୨୪।୫: ଦଳ ବିରୋଧି ଟିପ୍ପଣିକୁ ନେଇ ମହାରାଷ୍ଟ୍ର କଂଗ୍ରେସ ଦଳର ପୂର୍ବତନ ବିଧାୟକ ଆଶିଷ ଦେଶମୁଖଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ସେ କଟୋଲର ପୂର୍ବତନ ବିଧାୟକ।
ଆଶିଷ ଦେଶମୁଖ କହିଥିଲେ ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ’ମୋଦି ସରନେମ’ ମନ୍ତବ୍ୟ ପାଇଁ ଅନ୍ୟ ପଛୁଆ ବର୍ଗ (ଓବିସି) ସମ୍ପ୍ରଦାୟକୁ କ୍ଷମା ମାଗିବା ଉଚିତ। ଏଥିସହ ରାଜ୍ୟ କଂଗ୍ରେସ ସଭାପତି ନାନା ପାଟୋଲ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ମୁହାଁମୁହିଁ ହୋଇଥିବା ଅଭିଯୋଗ କରିଛନ୍ତି।
ମହାରାଷ୍ଟ୍ରରୁ ଇମ୍ରାନ ପ୍ରତାପଗଡୀଙ୍କୁ ରାଜ୍ୟ ସଭାକୁ ପଠାଇବାକୁ ବିରୋଧ କରି ଆଶିଷ ଦେଶମୁଖ ୨୦୨୨ରେ ଦଳର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ। ନିକଟରେ ସେ ମହାରାଷ୍ଟ୍ରର ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଥିଲେ। ଏହି ବୈଠକ ପରେ ରାଜନୈତିର ପାଣିପାଗ ବେଶ ସରଗରମ ହୋଇଥିଲା।