Categories: ଜାତୀୟ

ପିପିଇ କିଟ୍‌ ପିନ୍ଧି ଆସିଲେ ଚୋର, ଆଉ ତା’ପରେ

ମୁମ୍ବାଇ,୮।୭: ଦେଶରେ କରୋନା ଲଢେଇ ଜାରି ରହିଛି। କରୋନା ଯୋଦ୍ଧା କୁହାଯାଉଥିବା ଡାକ୍ତରମାନେ କରୋନା ଜୀବାଣୁ ବିରୁଦ୍ଧରେ ଲଢିବା ପାଇଁ ପିପିଇ କିଟ ବ୍ୟବହାର କରୁଛନ୍ତି। ସେହି କିଟ୍‌ ବ୍ୟବହାର କରି ଏକ ସୁନା ଦୋକାନରୁ ଚୋରମାନେ ୭୮ ଭରି ସୁନା ଚୋରି କରିନେଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଦୋକାନର ସିସିଟିଭି ନିଜ କବ୍ଜାକୁ ନେଇଛି। ସିସିଟିଭି ଫୁଟେଜ୍‌ରୁ ଚୋର ମାନେ ପିପିଇ କିଟ୍‌ ପିନ୍ଧିବା ସହ ମୁଣ୍ଡରେ ଟୋପି ମୁହଁରେ ମାସ୍କ ପିନ୍ଧିଥିବାର ଦେଖାଯାଇଛି। ଚୋରମାନେ ସୁନା ଦୋବାନ ବିଭିନ୍ନ ଯାଗାରୁ ସୁନା ଏବଂ ଟଙ୍କା ନେଇଯାଇଛନ୍ତି। ଏବେ ପୋଲିସ ମାମଲାର ଯାଞ୍ଚ୍‌ ଆରମ୍ଭ ହୋଇଛି।

Share