Categories: ଜାତୀୟ

ମହାରାଷ୍ଟ୍ରରେ ବଢୁଛି କରୋନା: ଗୋଟିଏ ଦିନରେ ୯୦୦ରୁ ଅଧିକ ମାମଲା, ୩ ମୃତ

ମୁମ୍ବାଇ,୭।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୨୬ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିଯୋଗୁ ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ୪୪୮୭କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ କରୋନାରେ ରାଜ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପରି କି ହସ୍ପିଟାଲର ଗୋଟିଏ ଦିନ ପରେ ୪୨୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Share