Categories: ଜାତୀୟ

ତୃତୀୟ ଲହର ଆସିବାକୁ ବେଶୀ ସମୟ ଲାଗିବ ନାହିଁ

ମୁମ୍ବାଇ, ୧୭।୬: ଆଗାମୀ ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ ସଂକ୍ରମଣର ତୃତୀୟ ଲହର ଦେଖାଦେଇପାରେ ବୋଲି ରାଜ୍ୟ କୋଭିଡ୍‌-୧୯ ଟାସ୍କଫୋର୍ସ ପକ୍ଷରୁ ସତର୍କ କରିଦିଆଯାଇଛି। ଗତ ୩ ଦିନ ହେଲା ଯେଉଁଭଳି ଗହଳି ଲାଗି ରହିଛି, ତାହା ଜାରି ରହିଲେ, ତୃତୀୟ ଲହର ବେଶୀ ଡେରି ନୁହେଁ ବୋଲି କୁହାଯାଇଛି। ତେବେ ତୃତୀୟ ଲହରରେ ପିଲାମାନେ ବେଶୀ ପ୍ରଭାବିତ ହେବେ ନାହିଁ ବୋଲି ଟାସ୍କଫୋର୍ସ କହିଛି। ବୁଧବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଅଧ୍ୟକ୍ଷତାରେ ତୃତୀୟ ଲହର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରାଯାଇଥିବା ବେଳେ ଟାସ୍କଫୋର୍ସ ପକ୍ଷରୁ ଉପରୋକ୍ତ ରିପୋର୍ଟ ଦାଖଲ କରାଯାଇଛି। ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ଦୁଇଗୁଣ ଅଧିକ ସଂକ୍ରମିତ ହେବେ ବୋଲି ଏଥିରେ କୁହାଯାଇଛି।

Share