Categories: ଜାତୀୟ

୧୮ଏମ୍‌ପିରୁ ୧୪ରହିଛନ୍ତି ସିନ୍ଧେଙ୍କ ସମ୍ପର୍କରେ

ମୁମ୍ବାଇ,୨୮।୪: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବେଳକୁ ବେଳ ବିଗିଡ଼ିବାରେ ଲାଗିଛି। ମହାବିକାଶ ଅଘାଡ଼ି(ଏମ୍‌ଭିଏ) ସହିତ ସମ୍ପର୍କ ଛିନ୍ନ କରି ବିଧାୟକଙ୍କ ବିଦ୍ରୋହ ଯୋଗୁ ଉଦ୍ଧବ ଠାକରେଙ୍କ ନେତୃତ୍ୱଧୀନ ସରକାର ପୂର୍ବରୁ ହିଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଶିବସେନା ଉପରେ ଉଦ୍ଧବଙ୍କ ନିୟନ୍ତ୍ରଣ ମଧ୍ୟ ଖସିବାରେ ଲାଗିଛି। ଇତିମଧ୍ୟରେ ଶିବସେନାର ବିଦ୍ରୋହୀ ଦଳର ନେତା ଏକନାଥ ସିନ୍ଧେ କ୍ଷମତା ପରେ ଏବେ ଦଳକୁ ମଜଭୁତ କରିବାରେ ଲାଗିପଡ଼ିଛନ୍ତି। କ୍ଷମତାକୁ ନେଇ ଆରମ୍ଭ ହୋଇଥିବା ଏହି ସଂଘର୍ଷ ବର୍ତ୍ତମାନ ଦଳକୁ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି। ଏହିକ୍ରମରେ ଶିବସେନାର ମୋଟ ୧୮ଜଣ ଏମ୍‌ପିଙ୍କ ମଧ୍ୟରୁ ୧୪ଜଣ ବିଦ୍ରୋହୀ ଗୋଷ୍ଠୀଙ୍କ ସହ ଯୋଗାଯୋଗରେ ରହିଛନ୍ତି ବୋଲି ଚର୍ଚ୍ଚା ହେଉଛି। ସୂଚନା ମୁତାବକ, ୧୮ଶିବସେନା ଏମ୍‌ପିଙ୍କ ମଧ୍ୟରୁ ୧୪ଜଣ ବିଦ୍ରୋହୀ ଦଳର ନେତା ଏକନାଥ ସିନ୍ଧେଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି କୁହାଯାଉଛି। ପୂର୍ବରୁ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହୀ ଦଳ ତାଙ୍କ ନିକଟରେ ୪୦ଜଣ ବିଧାୟକଙ୍କ ସମର୍ଥନ ରହିଛି ବୋଲି ଦାବି କରିଆସୁଛି। ବର୍ତ୍ତମାନ ଯଦି ଦଳର ୧୮ଜଣ ଏମ୍‌ପିଙ୍କ ମଧ୍ୟରୁ ୧୪ଜଣ ଶିନ୍ଧେ ଦଳରେ ଯୋଗଦିଅନ୍ତି, ତେବେ ଶିବସେନା ଉପରେ ନିୟନ୍ତ୍ରଣ ବଜାୟ ରଖିବା ଉଦ୍ଧବ ଠାକରେଙ୍କ ପାଇଁ କଷ୍ଟକର ହୋଇପଡ଼ିବ।

Share