Categories: ଜାତୀୟ

କ୍ରମାଗତ ଦ୍ୱିତୀୟ ଦିନରେ ଶରଦ ପାୱାରଙ୍କୁ ଭେଟିବାକୁ ପହଞ୍ଚିଲେ ଅଜିତ୍‌ ପାଓ୍ବର

ମୁମ୍ବାଇ,୧୭।୭: ମହାରାଷ୍ଟ୍ର ରାଜନୀତିରେ ଅଶାନ୍ତି ଜାରି ରହିଛି। ବିଶେଷକରି ଏନସିପି ଦୁଇ ଭାଗରେ ବିଭକ୍ତ ହେବା ପରେ ଶରଦ ପାୱାର ଏବଂ ଅଜିତ ପାୱାର ଦଳ ସାମ୍ନାସାମ୍ନି ହେଉଛନ୍ତି। ଏହି ସମୟରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ତାଙ୍କ ଦଳର ବିଧାୟକମାନେ ସୋମବାର କ୍ରମାଗତ ଦ୍ୱିତୀୟ ଦିନରେ ଶରଦ ପାୱାରଙ୍କୁ ଭେଟିବା ପାଇଁ ଓ୍ବାଇ ବି ଚାବନ ସେଣ୍ଟରେ ପହଞ୍ଚିଛନ୍ତି। କୁହାଯାଇଛି ଯେ ଶରଦ ପାୱାର ମଧ୍ୟ ଖୁବ୍‌ଶୀଘ୍ର ସେଠାରେ ପହଞ୍ଚିବେ।

Share