Categories: ଜାତୀୟ

ଅଜିତ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କ’ଣ କହିଲେ ଫଡନଭିସ

ମୁମ୍ବାଇ,୨୪।୭: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ବିରୋଧୀ ଦଳର ନେତାଙ୍କ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନର ଦାବିକୁ ପ୍ରତ୍ୟାଖ୍ୟାନ କରି ଏହାର ଜବାବ ଦେଇଛନ୍ତି। ସୋମବାର ଦେବେନ୍ଦ୍ର ଫଡନଭିସ କହିଛନ୍ତି ଯେ, ଆଜିକାଲି ବହୁ ବରିଷ୍ଠ ନେତା ବିଭିନ୍ନ କଳ୍ପନାଜଳ୍ପନା କରୁଛନ୍ତି। ସେହି କଳ୍ପନାଜଳ୍ପନାରେ କୌଣସି ଯୋଗ୍ୟତା ନାହିଁ। ମୁଖ୍ୟମନ୍ତ୍ରୀ ପଦରେ ିକୌଣସି ପରିବର୍ତ୍ତନ ହେବନାହିଁ।

ଫଡନଭିସ ଆହୁରି ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିବାର କୌଣସି କାରଣ ନାହିଁ। ଏକନାଥ ଶିନ୍ଦେ ହିଁ ମୁଖ୍ୟମନ୍ତ୍ରୀ ରହିବେ। ମୋର ପାର୍ଟି ହେଉଛି ମହାଯୂତିର ସବୁଠାରୁ ବଡ ଦଳ। ସବୁଠୁ ବଡ ଦଳର ନେତା ହୋଇ ମୁଁ କହୁଛି ଆମର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରହିବେ। ବାସ୍ତବରେ ମହାରାଷ୍ଟ୍ରର ବରିଷ୍ଠ ନେତା ପ୍ରୀତିରାଜ ଚାବନ କହିଥିଲେ ଯେ, ଯେ ଅଗଷ୍ଟ ୧୦ ପରେ ଅଜିତ ପାୱାର ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ଯାହାର ଉତ୍ତରରେ ଫଡନଭିସ ଜବାବ ଦେଇଛନ୍ତି।

Share