Categories: ଜାତୀୟ

ଶିବସେନାରୁ ଇସ୍ତଫା ଦେଲେ ପୂର୍ବତନ ଏମ୍‌ପି

ମୁମ୍ବାଇ,୭।୭: ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଆଉ ଏକ ଝଟକା ଲାଗିଛି। ପୂର୍ବତନ ଏମ୍‌ପି ଆନନ୍ଦରାଓ ଅଡସୁଲ ଶିବସେନା ନେତା ପଦରୁ ଗୁରୁବାର ଇସ୍ତଫା  ଦେଇଥିବା ନେଇ ତାଙ୍କ ପୁଅ ଅଭଜିତ ଅଡସୁଲ ସୂଚନା ଦେଇଛନ୍ତି। ଅଭଜିତ କହିଛନ୍ତି, ତାଙ୍କ ବାପା ଶିବସେନା ନେତା ପଦରୁ ଇସ୍ତଫା ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଦଳରେ ଯୋଗ ଦେବେ କି ନାହିଁ ଜଣାପଡ଼ିନାହିଁ। ହେଲେ ଏହି ପ୍ରଶ୍ନର ଉତ୍ତରରେ ଅଭଜିତ କହିଛନ୍ତି ଯେ,ବାପା ଶିବ ସୈନିକ ଭାବେ ରହିବେ। ଆନନ୍ଦରାଓ ଅମରାବତୀ ଲୋକସଭା ଆସନରେ ଏମ୍‌ପି ରହିଥିଲେ। ହେଲେ ୨୦୧୯ରେ ନବନୀତ ରାଣାଙ୍କଠାରୁ ହାରିଯାଇଥିଲେ।

Share