Categories: ଜାତୀୟ

‘ଫ୍ଲୋର୍‌ ଟେଷ୍ଟରେ ଆମେ ଜିତିବୁ’

ଗୁଆହାଟୀ,୨୯।୬: ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡି (ଏମଭିଏ) ସରକାର ସଙ୍କଟରେ ପଡିଛି। ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଶିବସେନାର ୪୦ରୁ ଅଧିକ ବିଧାୟକ ଏବେ ଆସାମର ଗୁଆହାଟୀରେ ଅଛନ୍ତି। ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଗୁରୁବାର ୧୧.୫ ସୁଦ୍ଧା ଏମଭିଏ ସରକାର ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ନେଉଥିବା ଏକନାଥ ସିନ୍ଧେ କହିଛନ୍ତି, ଆମେ ଫ୍ଲୋର ଟେଷ୍ଟ ସହଜରେ ବିଜୟୀ ହେବୁ ବୋଲି କହିଛନ୍ତି। ତାଙ୍କ ପାଖରେ ଶିବସେନା ଓ ସ୍ବାଧୀନ ବିଧାୟକଙ୍କୁ ମିଶାଇ ମୋଟ ୫୦ ସଦସ୍ୟଙ୍କ ସମର୍ଥନ ରହିଛି। ଏହା ମୋଟ ଦଳୀୟ ବିଧାୟକଙ୍କ ଦୁଇ ତୃତୀୟାଂଶ। ଗୋଟିଏ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସଂଖ୍ୟା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆମ ପାଖରେ ସଂଖ୍ୟା ଅଛି। ତେଣୁ ଆମକୁ ବିଜୟରୁ କେହି ଅଟକାଇ ପାରିବେ ନାହିଁ।
ସିନ୍ଧେ ଭାଜପାକୁ ସମର୍ଥନ କରିବେ କି ନାହିଁ, ସେ ସମ୍ପର୍କରେ ଏକନାଥ କିଛି ବି କହି ନାହାନ୍ତି। ତେବେ ଆସାମରେ ଥିବା କାମାକ୍ଷା ମନ୍ଦିର ଦର୍ଶକ କରି ସିନ୍ଧେ ମହାରାଷ୍ଟ୍ରର ସୁଖ ଏବଂ ସମୃଦ୍ଧତା ପାଇଁ ପ୍ରାର୍ଥନା କରିଥିଲେ।
ତେବେ ଗୁରୁବାର ହେବାକୁ ଥିବା ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳ ଘୋଷଣା କରିବା ପରେ ତାହାକୁ ଚ୍ୟାଲେଞ୍ଜ କାରି ଉଦ୍ଧବ ସେନା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଆଜି ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରିବେ।

Share