Categories: ଜାତୀୟ

କାନ୍ଦିଲେ ସିନ୍ଧେ

ମୁମ୍ବାଇ,୪ ।୭: ମହାରାଷ୍ଟ୍ର ବିଧାନସଭାରେ ସୋମବାର ଶିବସେନା-ଭାଜପା ମେଣ୍ଟ ସରକାର ବହୁପ୍ରତିକ୍ଷିତ ଫ୍ଲୋର ଟେଷ୍ଟରେ ଉତ୍ତିର୍ଣ୍ଣ ହୋଇଯାଇଛନ୍ତି । ଏକନାଥ ସିନ୍ଧେ ସରକାରଙ୍କୁ ୧୬୪ ବିଧାୟକ ଭୋଟ ଦେଇଥିବା ବେଳେ ବିରୋଧୀଙ୍କୁ ୯୯ଟି ଭୋଟ ମିଳିଥିଲା । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହି ସମୟରେ ସିନ୍ଧେ ଦୁର୍ଘଟଣାରେ ହରାଇଥିବା ନିଜ ପିଲାଙ୍କ କଥା ମନେପକାଇ କାନ୍ଦି ପକାଇଥିଲେ । ଭାବୁକ ହୋଇଯାଇଥିବା ସିନ୍ଧେ କହିଥିଲେ ଯେତେବେଳେ ମୁଁ ମୋ ଦୁୂଇ ପିଲାଙ୍କୁ ହରାଇଥିଲି ସେତେବେଳେ ଭାବିଥିଲି ସବୁକିଛି ଶେଷ ହୋଇଯାଇଛି । ହେଲେ ସେହି ସମୟରେ ଆନନ୍ଦ ଦିଘେ ମୋତେ ବହୁତ ବୁଝାଇଥିଲେ । ଆଉ କହିଥିଲେ ରାଜନୀତିରେ ଆଗକୁ ବଢ । ହେଲେ ମୁଁ ଭବୁଥିଲି କାହା ପାଇଁ ଆଉ ବଞ୍ଚିବି । ମୁଁ ପରିବାର ସହ ରହିବି । ବାଲାସାହେବ ଠାକରେ ଓ ଆନନ୍ଦ ଦିଘେଙ୍କ ଆଶୀର୍ବାଦରୁ ଆଜି ଏକନାଥ ସିନ୍ଧେ ସରକାର ଗଠନ କରିପାରିଛନ୍ତି । ମୋ ସହ ଗତ ୧୫-୨୦ ଦିନ ହେବ ୪୦ ବିଧାୟକ, ୧୧ ନିର୍ଦ୍ଦଳୀୟ ବିଧାୟକ ମୋ ଉପରେ ବିଶ୍ୱାସ ରଖି ଏତେ ବଡ ନିର୍ଣ୍ଣୟ ନେବାକୁ ସାହାସ ଦେଇଛନ୍ତି ସେଥିପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି ।
ମୋତେ ଏବେବି ବିଶ୍ୱାସ ହେଉନାହିଁ କି ମୁଁ ମୁଖ୍ୟମନ୍ତ୍ରୀ ହୋଇଯାଇଛି । ଆଜି ମୁଁ ମୁଖ୍ୟମନ୍ତ୍ରୀ ଭାବେ ମୋର ସମ୍ବୋଧନ ଦେଉଛି । କାରଣ ମହାରାଷ୍ଟ୍ରରେ ଭିନ୍ନ ଭିନ୍ନ ଘଟଣାରେ ବିରୋଧି ଲୋକ ପ୍ରତିନିଧି ଶାସନ ଆଡକୁ ଯାଇଥାଆନ୍ତି ହେଲେ ଆଜି ଯାହା ଐତିହାସିକ ଘଟଣା ଘଟିଛି ତାହା ଦେଶ ଓ ରାଜ୍ୟ ଦେଖୁଛି ।

Share