Categories: ଜାତୀୟ

ଯଦି ଭାଜପା ପୁଣି କ୍ଷମତାକୁ ଆସେ, ତେବେ ସବୁ ଶେଷ ହୋଇଯିବ: ଉଦ୍ଧବ

ମୁମ୍ବାଇ,୨୬।୭: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ବଡ଼ ବୟାନ ଦେଇଛନ୍ତି। ଉଦ୍ଧବ ଠାକରେ କହିଛନ୍ତି, ୨୦୨୪ ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ହେବ। ଯଦି ଭାଜପା ସରକାର ପୁନର୍ବାର କ୍ଷମତାକୁ ଆସନ୍ତି, ମୁଁ ଭାବୁନାହିଁ ଏଠାରେ ଗଣତନ୍ତ୍ର ବଞ୍ଚିବ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି, ସାଧାରଣ ଲୋକ ହିଁ ଗଣତନ୍ତ୍ରକୁ ରକ୍ଷା କରିବେ। ରାଜ୍ୟ ସଭା ସଦସ୍ୟ ତଥା ସାମନାର କାର୍ଯ୍ୟନିର୍ବାହୀ ସଂପାଦକ ସଞ୍ଜୟ ରାଉତଙ୍କ ସହ ଦୁଇ ଭାଗ ବିଶିଷ୍ଟ ସାକ୍ଷାତକାରରେ ସେ ବିଭିନ୍ନ ପ୍ରସଙ୍ଗ ଏବଂ ମହାରାଷ୍ଟ୍ର ଏବଂ ଭାରତର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି।

Share