ମହାରାଷ୍ଟ୍ରରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କଲା

ମୁମ୍ବାଇ,୯ ।୧: ଦେଶରେ ଗୋଟିଏ ପଟେ ବଢି ଚାଲିଛି କରୋନା ସଂକ୍ରମଣ । ଅନ୍ୟପଟେ ଓମିକ୍ରନ୍ ସଂକ୍ରମଣକୁ ବି କାବୁ କରାଯାଇ ପାରୁନାହିଁ । ଅଧିକାଂଶ ସ୍ଥାନରେ ଲୋକେ ଏହାକୁ ହାଲୁକା ଭାବେ ନେଉଥିବାରୁ ସଂକ୍ରମଣ ବଢୁଥିବା କୁହାଯାଉଛି । ଏବେ ମହାରାଷ୍ଟ୍ର କରୋନା ସଂକ୍ରମଣରେ ଦେଶର ଟପ୍‌ରେ ଥିବା ବେଳେ ଏଠାରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଶନିବାର ସୁଦ୍ଧା ୧୦୦୯ରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ସେଠାରେ ନୂଆ ଗାଇଡ ଲାଇନ ଜାରି କରାଯାଇଛି । ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯିବା ସହ ଜିମ୍‌, ଏଣ୍ଟଟେନମେଣ୍ଟ ପାର୍କ, ଜୁ, ମ୍ୟୁଜିୟମ, ପୁଲ, ସ୍ପା, ୱେଲନେସ ସେଣ୍ଟର, ବିୟୁଟି ପାର୍ଲର ଆଦି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିବାହ, ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ୫୦ ଓ ଅନ୍ତିମ ସଂସ୍କାର କାର୍ଯ୍ୟରେ ମାତ୍ର ୨୦ ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଶନିବାର ୧୩୩ ନୂଆ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୧୦୦୯ରେ ପହଞ୍ଚିଛି ।

Share