Categories: ଜାତୀୟ

ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଯଶୋମତୀଙ୍କୁ ୩ ମାସ ଜେଲ ଦଣ୍ଡ

ମୁମ୍ବାଇ, ୧୫।୧୦: ମହାରାଷ୍ଟ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତୀ ଠାକୁରଙ୍କୁ ଅମରାବତୀ କୋର୍ଟ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ କରିବା ମାମଲାରେ ଯଶୋମତୀଙ୍କୁ ୩ ମାସ ଜେଲ୍‌ ଓ ୧୫ ହଜାର ଟଙ୍କା ଜରିମାନା କରାଯାଇଛି। ଅମରାବତୀ କୋର୍ଟ ୮ ବର୍ଷ ତଳର ଏହି ପୁରୁଣା କେସ୍‌ର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ୮ ବର୍ଷ ତଳେ ଯଶୋମତୀ ଅମରାବତୀ ଜିଲାର ଅମ୍ବାଦେବୀ ମନ୍ଦିର ନିକଟରେ ଡ୍ୟୁଟିରେ ଥିବା ଉଲ୍ଲାସ ରୋରାଲେ ନାମକ ଜଣେ ପୋଲିସ କର୍ମଚାରୀଙ୍କୁ ପିଟିଥିଲେ। ଏହି ଘଟଣାରେ ସେତେବେଳେ ଯଶୋମତୀଙ୍କ ସମେତ ତାଙ୍କ କାର ଡ୍ରାଇଭର ଓ ୨ଜଣ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ହୋଇଥିଲା। କାର୍‌ ଡ୍ରାଇଭର ଓ ଅନ୍ୟ ୨ ଜଣ ବ୍ୟକ୍ତି ମଧ୍ୟ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Share