Categories: ଜାତୀୟ

ନିଲମ୍ବିତ ହେଲେ ପରମବୀର ସିଂ

ମୁମ୍ବାଇ,୨।୧୨: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ମହାରାଷ୍ଟ୍ର ସରକାର ଗୁରୁବାର ନିଲମ୍ବନ କରିଛନ୍ତି। କାର୍ଯ୍ୟରେ ଅନିୟମିତତା ଓ ତ୍ରୁଟି ପାଇଁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ତାଙ୍କ ନିଲମ୍ବନ ନିର୍ଦ୍ଦେଶନାମାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଅନୁମୋଦନ କରିଛନ୍ତି।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚରେ ପରମବୀର ରାଜ୍ୟର ତତ୍କାଳୀନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଦେଶମୁଖ କିଛି ପୋଲିସ ଅଫିସରଙ୍କ ଜରିଆରେ ମୁମ୍ବାଇର ବିଭିନ୍ନ ବାର୍‌, ରେଷ୍ଟୁରାଣ୍ଟରୁ ମାସିକ ୧୦୦ କୋଟି ଟଙ୍କା ବଟି ସଂଗ୍ରହ କରୁଥିବା ଅଭିଯୋଗ କରିଥିଲେ। ଏହି ଦୁର୍ନୀତି ମାମଲାରେ ଓ୍ବାରେଣ୍ଟ ଜାରି ସତ୍ତ୍ୱେ ପରମବୀର ହାଜର ନ ହେବାରୁ ସ୍ଥାନୀୟ ଏକ ଅଦାଲତ ତାଙ୍କୁ ପଳାତକ ଘୋଷଣା କରିଥିଲେ।

Share