Categories: ଜାତୀୟ

ଇସ୍ତଫା ଦେବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲେ ମହାରାଷ୍ଟ୍ର ରାଜ୍ୟପାଳ

ମୁମ୍ବାଇ,୨୩।୧: ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶିଆରୀ ରାଜ୍ୟପାଳ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହାକୁ ନେଇ ରାଜ୍ୟପାଳ ଭଗତ ସିଂ କହିଛନ୍ତି, ସମସ୍ତ ରାଜନୈତିକ ଦାୟିତ୍ୱରୁ ମୁକ୍ତି ପାଇବାକୁ ଚାହୁଁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇଛି। ସୋମବାର ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ରାଜଭବନ ପକ୍ଷରୁ ଏହି ସୂଚନା ମିଳିଛି।
ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ, ରାଜ୍ୟପାଳ ଭଗତ ସିଂ ତାଙ୍କ ଅବଶିଷ୍ଟ ଜୀବନ ପଢିବା, ଲେଖିବା ଏବଂ ଅନ୍ୟାନ୍ୟ ମନୋରଞ୍ଜନ କାର୍ଯ୍ୟରେ ବିତାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଅନ୍ୟପଟେ, ଗଣମାଧ୍ୟମକୁ ଦେଇଥିବା ବିବୃତ୍ତିରେ ଭଗତ ସିଂ କହିଛନ୍ତି , ମହାରାଷ୍ଟ୍ର ପରି ମହାନ ରାଜ୍ୟରେ ଜଣେ ରାଜ୍ୟ ସେବକ ଭାବରେ କାର୍ଯ୍ୟ କରିବା ମୋ ପାଇଁ ସମ୍ପୂର୍ଣ୍ଣ ସମ୍ମାନ ଏବଂ ସୌଭାଗ୍ୟର ବିଷୟ।

Share