ଫେବୃୟାରୀ ୨୮ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ୍ ଅବଧି: ମହାରାଷ୍ଟ୍ର ସରକାର

ମୁମ୍ବାଇ,୨୯ ।୧: ଗୋଟିଏ ପଟେ କରୋନା ମହାମାରୀ ସାରା ଦେଶରେ ଏକ ପ୍ରକାର କମ୍ ହାଇଯାଇଥିବା ବେଳେ ଅନ୍ୟପଟେ କିନ୍ତୁ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ସ୍ଥିତି ସୁଧୁରି ନାହିଁ କହିଲେ ଚଳେ । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ପୁଣିଥରେ ଫେବୃୟାରୀ ୨୮ ପର୍ଯ୍ୟନ୍ତ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ଥିବା ସମସ୍ତ କଟକଣା ଏଥିରେ ପାଳନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଦେଶରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ବଢି ବଢି ଯାଉଥିବାରୁ ଏହା ପୁଣି ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ତେବେ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ବାରମ୍ବାର ହାତ ଧୋଇବାକୁ ଗୁରୁତ୍ୱ ଦିଆଯାଉଛି । ପୁଣି ଦେଶରେ ପ୍ରସ୍ତୁତ କରୋନା ଭ୍ୟାକ୍ସିନ ଏହି ମହାମାରୀଠାରୁ ଦେଶବାସୀଙ୍କୁ ରକ୍ଷା କରିବାକୁ ଏକ ଆଶ ଦେଖାଇଛି ।

Share