Categories: ଜାତୀୟ

ମହାରାଷ୍ଟ୍ର ହାଇଡ୍ରାମା: ଶରଦଙ୍କୁ ଭେଟିଲେ ଅଜିତ ପାଓ୍ବାର

ମୁମ୍ବାଇ,୧୪।୭: ମହାରାଷ୍ଟ୍ର ହାଇଡ୍ରାମା ପରେ ମୁଖିଆ ଶଦର ପାଓ୍ବାରଙ୍କୁ ଭେଟିଛନ୍ତି ଅଜିତ ପାଓ୍ବାର। ଦାଦା-ପୁତୁରାଙ୍କ ଏହି କନ୍ଦଳ ଭିତରେ ପ୍ରଥମ ଥର ଶରଦଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ଅଜିତ। ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣବେଳେ ଅଜିତଙ୍କୁ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଉଥିବା ସମୟରେ ସେ ଦାଦା ଶରତଙ୍କୁ ଭେଟିଛନ୍ତି। ଶରଦଙ୍କ ସ୍ତ୍ରୀ ପ୍ରତିଭା ପାଓ୍ବାରଙ୍କ ସର୍ଜରୀ ହୋଇଥିବା ଶୁଣି ସେ ତାଙ୍କୁ ଭେଟିଛନ୍ତି। ନିଜ ଖୁଡୀଙ୍କୁ ଭେଟି ସେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

Share