Categories: ଜାତୀୟ

ବଦଳିବ କି ଔରଙ୍ଗାବାଦ ଏୟାରପୋର୍ଟର ନାମ: ସିନ୍ଧିଆଙ୍କୁ ଭେଟିଲେ ମହାରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୫: ଶିବସେନା ନେତା ତଥା ମହାରାଷ୍ଟ୍ର ଶିଳ୍ପ ମନ୍ତ୍ରୀ ସୁଭାଷ ଦେଶାଇ ମଙ୍ଗଳବାର ଦିଲ୍ଲୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାର ସମୟରେ ସେ ସିନ୍ଧିଆଙ୍କୁ ଔରଙ୍ଗାବାଦ ବିମାନବନ୍ଦରର ନାମ ଖୁବ୍‌ଶୀଘ୍ର ଛତ୍ରପତି ସମ୍ଭାଜୀ ମହାରାଜ ନାମରେ ନାମିତ କରିବାକୁ ଦାବି କରିଛନ୍ତି। ଏଥିସହ ଦେଶାଇ ବିମାନବନ୍ଦରର ପ୍ରବେଶ ଦ୍ୱାରରେ ଶିବାଜୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିିବାକୁ ଦାବି କରିଛନ୍ତି। ଏତଦ୍‌ ବ୍ୟତୀତ ସିନ୍ଧିଆଙ୍କ ସହିତ ସାକ୍ଷାତ ସମୟରେ ସୁଭାଷ ଦେଶାଇ ବିମାନ ବନ୍ଦରକୁ ଅନ୍ତର୍ଜାତୀୟ ସ୍ତରର ନେବା ପାଇଁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚରେ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ନାମରେ ଔରଙ୍ଗାବାଦ ବିମାନବନ୍ଦରର ନାମ ପରିବର୍ତ୍ତନ କରିବାକୁ ଏମ୍‌ଭିଏ ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲେ। କିନ୍ତୁ କେନ୍ଦ୍ର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସବୁଜ ସଙ୍କେତ ମିଳିନାହିଁ।

Share