ମୁମ୍ବାଇ/ବେଙ୍ଗାଲୁରୁ,୬।୧୨ : କର୍ନାଟକ ଏବଂ ମହାରାଷ୍ଟ୍ର ମଧ୍ୟରେ ସୀମା ବିବାଦ ଉଗ୍ରରୂପ ନେବା ଆରମ୍ଭ କରିଛି। ମଙ୍ଗଳବାର କର୍ନାଟକର ବେଲଗାଭିର ବାଗେୱାଡି ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ କର୍ନାଟକର ରକ୍ଷଣ ବୈଦିକ କାର୍ଯ୍ୟକର୍ତ୍ତା ମହାରାଷ୍ଟ୍ରର ଟ୍ରକ ଉପରେ ପଥର ଫିଙ୍ଗିଥିଲେ।
ଏହି ମାମଲାରେ ପୋଲିସ ବହୁ କାର୍ଯ୍ୟକର୍ତ୍ତାଙ୍କୁ ଅଟକ ରଖିଛି। ଏନେଇ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ କହିଛନ୍ତି ଯେ ରାଜ୍ୟ ତଥା ଏହାର ଲୋକଙ୍କ ସ୍ବାର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ।
ବାଗେୱାଡିରେ କର୍ନାଟକ ରକ୍ଷଣ ବୈଦିକ କାର୍ଯ୍ୟକର୍ତ୍ତାମାନେ ମହାରାଷ୍ଟ୍ର ନମ୍ବର ପ୍ଲେଟ ଥିବା ଟ୍ରକଗୁଡ଼ିକୁ ଅଟକାଇଥିଲେ। ସେମାନେ ଏକ ଟ୍ରକ ଉପରକୁ ପଥର ମାଡ କରାଯାଇଥିଲା। ଏହା ସହିତ କର୍ମକର୍ତ୍ତାମାନେ ମଧ୍ୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସ କିଛି ଲୋକଙ୍କୁ ଗିରଫ ମଧ୍ୟ କରିଥିଲେ।