ମହାରାଷ୍ଟ୍ରରେ କରୋନା ଟିକା ଅଭାବ

ମୁମ୍ବାଇ,୭।୪: କରୋନା ସଂକ୍ରମଣ ଯୋଗୁ ମହାରାଷ୍ଟ୍ରରେ ସ୍ଥିତି ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟରେ କରୋନା ଟିକାର ଅଭାବ ରହିଥିବା ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି। ଆବଶ୍ୟକ ଟିକା ଯୋଗାଇ ଦେବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଟିକା ଅଭାବ ଯୋଗୁ ବହୁ ଲୋକଙ୍କୁ ଫେରାଇ ଦିଆଯାଉଛି। ସମ୍ପ୍ରତି ରାଜ୍ୟ ସରକାରଙ୍କ ପାଖରେ ୧୪ ଲକ୍ଷ ଡୋଜ୍‌ ରହିଛି। ଆସନ୍ତା ୩ ଦିନ ମଧ୍ୟରେ ଏହା ଶେଷ ହୋଇଯିବ। ପ୍ରତି ସପ୍ତାହରେ ରାଜ୍ୟରେ ୪୦ ଲକ୍ଷ ଡୋଜ୍‌ର ଆବଶ୍ୟକତା ରହିଥିବା ସେ କହିଛନ୍ତି। କେନ୍ଦ୍ର ସରକାର ଡୋଜ୍‌ ଯୋଗାଇ ଦେଉଥିଲେ ମଧ୍ୟ ଏହି ପ୍ରକ୍ରିୟା ମନ୍ଥର ଗତିରେ ହେଉଥିବା ସେ କହିଛନ୍ତି। ସଂକ୍ରମଣ ବଢୁଥିବାରୁ ରାଜ୍ୟରେ ୨୦ ବର୍ଷରୁ ୪୦ ବର୍ଷ ବୟସ୍କଙ୍କୁ ଟିକାଦାନ କରାଯିବା ଲାଗି ସେ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଛନ୍ତି।

Share