Categories: ଜାତୀୟ

ମାଟିତଳୁ ଆତ୍ମୀୟଙ୍କ ମୃତଦେହ ବାହାର କରିବାକୁ ଚାହୁଁ ନାହାନ୍ତି ଗ୍ରାମବାସୀ!

ରାୟଗଡ଼,୨୬ ।୭: ମହାରାଷ୍ଟ୍ର ରାୟଗଡ଼ର ମହାଡ ଅଞ୍ଚଳରେ ପ୍ରାୟ ୩ ଦିନ ତଳେ ପ୍ରବଳ ବର୍ଷ ହେବା ଫଳରେ ଏକ ପାହାଡ଼ର କିଛି ଅଂଶ ଧସି ଯାଇଥିଲା । ଫଳରେ ଅନେକ ଲୋକ ମାଟିତଳେ ଚାପି ହୋଇଯାଇଥିଲେ । ଏହାପରଠାରୁ ଏଠାରେ ଉଦ୍ଧାରକାରୀ ଦଳ ପହଞ୍ଚି ସୋମବାର ପର୍ଯ୍ୟନ୍ତ ବି ମାଟିତଳୁ ମୃତଦେହ ଉଦ୍ଧାର କରୁଛନ୍ତି । ରବିବାର ସୁଦ୍ଧା ପାଖାପାଖି ୧୧ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆହୁରି ପ୍ରାୟ ୩୧ ଜଣଙ୍କ ମୃତଦେହ ମାଟି ତଳେ ପୋତି ହୋଇ ରହିଥିବା କୁହାଯାଉଛି । ହେଲେ ଏହାକୁ ନେଇ ଗ୍ରାମବାସୀ କହିଛନ୍ତି, ଏବେ ଆଉ ମୃତଦେହକୁ ବାହାର ନ କରି ବରଂ ସେମାନଙ୍କୁ ମୃତ ଘୋଷଣା କରି ମାଟିତଳେ ଥିବା ଅବସ୍ଥାରେ ସଂସ୍କାର କରି ଦିଆଯାଉ । ସେଠାକାର ସରପଞ୍ଚ କୁହନ୍ତି ମୃତଦେହ ଗୁଡିକ ପଚିଯାଇଥିବାରୁ ଏବେ ଆଉ ସେମାନଙ୍କୁ ବାହାରକୁ ବାହାର କରିବାକୁ ଆତ୍ମୀୟ ଚାହୁଁ ନାହାନ୍ତି । ଏହାସହ ସେମାନଙ୍କ ମୃତଦେହ ଦେଖିବା ପରେ ଆହୁରି କଷ୍ଟ ଲାଗୁଛି ।

Share