Categories: ଜାତୀୟ

ଏପ୍ରିଲ ୪ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ନୱାବ ମଲିକ

ମୁମ୍ବାଇ,୨୧ ।୩: ଦାଉଦ ଇବ୍ରାହିମ ମନି ଲଣ୍ଡରିଂ ମାମଲାରେ କୋର୍ଟ ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକଙ୍କୁ ଏପ୍ରିଲ ୪ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଏହି ସମୟରେ ତାଙ୍କୁ ବିଛଣା, ଗଦି ଓ ଚେୟାର ଆଦି ଯୋଗାଇ ଦେବାକୁ ଅନୁମତି ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ମନି ଲଣ୍ଡରିଂ ମାମଲାରେ ନୱାବ ମଲିକ ବିଚାର ବିଭଗୀୟ ହାଜତରେ ଥିବା ବେଳେ ସୋମବାର ଏହାର ଅବଧି ଶେଷ ହେଉଥିଲା । ଏପଟେ ବିରୋଧି ଭାରତୀୟ ଜନତା ପାର୍ଟି(ଭାଜପା) ମଲିକଙ୍କ ଇସ୍ତଫା ଦାବି କରୁଥିବା ବେଳେ ଏନ୍‌ସିପି କିନ୍ତୁ ଇସ୍ତଫା ନ ଦେବାକୁ ନୱାବଙ୍କୁ କହୁଛି ।
ଚଳିତବର୍ଷ ଫେବୃୟାରୀ ୨୩ରେ ମନି ଲଣ୍ଡରିଂ ମାମଲାରେ ପଳାତକ ଅପରାଧୀ ଦଉଦ ଇବ୍ରାହିମଙ୍କ ସହଯୋଗୀଙ୍କ ଜଡିତ ଏକ ଜମି କାରକାର ସହ ଜଡିତ ଥିବା ଦର୍ଶାଇ ନୱାବ ମଲିକଙ୍କୁ ଗିରଫ କରାଯାଇଥିଲା ।

Share