Posted inଜାତୀୟ

କ୍ଷମା ମାଗିଲେ ନଓ୍ବାବ

ମୁମ୍ବାଇ, ୧୦ା୧୨: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ଏନ୍‌ସିବି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲ୍ଲିକ ମୁମ୍ବାଇ ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିଛନ୍ତି। ଆଗକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଏପରି କମେଣ୍ଟ ଦେବେ ନାହିଁ ବୋଲି ନଓ୍ବାବ ପୂର୍ବରୁ କୋର୍ଟରେ କହିଥିଲେ। ଓ୍ବାଙ୍ଖଡେଙ୍କ ବାପା ନଓ୍ବାବଙ୍କ ବିରୋଧରେ କରିଥିବା ମାନହାନି ମକଦ୍ଦମାର ଶୁଣାଣିବେଳେ ନଓ୍ବାବ କ୍ଷମା ପ୍ରାର୍ଥନା କରିଛନ୍ତି। ଓ୍ବାଙ୍ଖଡେ ଏବଂ ତାଙ୍କ ପରିବାର ବିରୋଧରେ କୌଣସି ମନ୍ତବ୍ୟ ନ ଦେବାକୁ ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲେ ହେଁ ନଓ୍ବାବ ଓ୍ବାଙ୍ଖଡେଙ୍କ ନାଁରେ ଲାଞ୍ଚ ଏବଂ ସାର୍ଟିଫିକେଟରେ ଭୁଲ ଧର୍ମ ଦର୍ଶାଇଥିବା ନେଇ ଅଭିଯୋଗ ଆଣିଥିଲେ। ତେବେ ମିଡିଆର କେତେକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ଏପରି କରିଥିଲେ ଏବଂ କୋର୍ଟଙ୍କ ନିର୍ଦ୍ଦେଶକୁ ଅସମ୍ମାନିତ କରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲା ବୋଲି ନଓ୍ବାବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ: ଭୋଟଗ୍ରହଣ ଆରମ୍ଭ

ପୁଣେ,୨୦।୧୨:ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳୁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନେକ ହେଭିଓ୍ବେଟ୍‌ ନେତା ସକାଳୁ ଭୋଟଦାନ କରିଛନ୍ତି। ଏନସିପି (ଏସପି) ସୁପ୍ରିମୋ...

‘ଏଲ୍‌ଆଇସି ଓ୍ବେବ୍‌ସାଇଟ୍‌ରେ ହିନ୍ଦୀ ବ୍ୟବହାର ଭାଷାଗତ ସ୍ବେଚ୍ଛାଚାରିତା’

ଚେନ୍ନାଇ,୨୦ା୧୧(ପି.ଟି.):ଭାରତର ଜୀବନ ବୀମା ନିଗମ (ଏଲ୍‌ଆଇସି) ଓ୍ବେବ୍‌ସାଇଟ୍‌ରେ ହିନ୍ଦୀ ଭାଷା ବ୍ୟବହାରକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ମଙ୍ଗଳବାର କଡ଼ା ସମାଲୋଚନା କରିଛନ୍ତି। ଏହା କେନ୍ଦ୍ରର...

ବାନ୍ଧବୀ ପାଇଁ ୩୦୦ କି.ମି. ଗଲା ବାଘ

ହାଇଦ୍ରାବାଦ,୨୦ା୧୧:ଏକ ବାଘୁଣୀର ସନ୍ଧାନରେ ମହାରାଷ୍ଟ୍ରର ଟିପେଶ୍ୱର ବନ୍ୟପ୍ରାଣୀ ଅଭୟାରଣ୍ୟରେ ରହୁଥିବା ବାଘ ‘ଜନି’ ୩୦୦ କିଲୋମିଟର ଅତିକ୍ରମ କରି ତେଲଙ୍ଗାନାର ନିର୍ମଳ ଜିଲାସ୍ଥିତ କଓ୍ବଲ ଟାଇଗର...

ସିସିଆଇ ନିଷ୍ପତ୍ତି ବିରୋଧରେ ଅପିଲ୍‌ କରିବ ମେଟା

ନୂଆଦିଲ୍ଲୀ, ୨୦।୧୧: ଭାରତ ସରକାର ଓ ଆମେରିକୀୟ ଟେକ୍ନୋଲୋଜି କମ୍ପାନୀ ମେଟା ମଧ୍ୟରେ ପୁଣି ଥରେ ବିବାଦ ଆରମ୍ଭ ହୋଇଛି। ସୋମବାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ...

ବିଷାକ୍ତ କୁହୁଡ଼ିରେ ଦିଲ୍ଲୀ ଅଣନିଃଶ୍ୱାସୀ

ନୂଆଦିଲ୍ଲୀ ,୨୦ା୧୧: ଦିଲ୍ଲୀକୁ କ୍ରମାଗତ ୩ ଦିନ ହେଲା ବିଷାକ୍ତ ଧୂମକୁହୁଡ଼ିର ଘନ ଅସ୍ତରଣ ଘୋଡ଼ାଇ ରଖିଥିବାରୁ ଜନସାଧାରଣ ଅଣନିଃଶ୍ୱାସୀ ହୋଇପଡ଼ିଲେଣି। ପ୍ରଦୂଷଣ ଅତ୍ୟନ୍ତ ସାଂଘାତିକ...

ଭାଜପା ନେତା ଟଙ୍କା ବାଣ୍ଟିବା ନେଇ ଏତଲା: ନିର୍ବାଚନର ଦିନକ ପୂର୍ବରୁ ମହାରାଷ୍ଟ୍ରରେ ହାଇଡ୍ରାମା

ମୁମ୍ବାଇ,୧୯ା୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଦିନକ ପୂର୍ବରୁ ହାଇଡ୍ରାମା ଦେଖିବାକୁ ମିଳିଛି। ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ବିନୋଦ ତାଓ୍ବଡେ ପାଲ୍‌ଘର ଜିଲାର ଭିରାରସ୍ଥିତ...

ମଣିପୁର ସ୍ଥିତି ନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା କଂଗ୍ରେସ

ନୂଆଦିଲ୍ଲୀ ,୧୯ା୧୧: ମଣିପୁରରେ ସ୍ଥିତି ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି। ଏପରିସ୍ଥଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ...

ଦ୍ରୁତ ଗତିରେ ବଢି ଚାଲିଛି ଇ-କମର୍ସ କମ୍ପାନୀଙ୍କ ତେଜରାତି ବ୍ୟବସାୟ, ମୁଣ୍ଡରେ ହାତ ଦେଲେଣି ଖୁଚୁରା ଦୋକାନୀ

ନୂଆଦିଲ୍ଲୀ,୧୯।୧୧: ଖାଉଟି କ୍ରେତାଙ୍କୁ ବଡ଼ ମାତ୍ରାରେ ରିହାତି ଦେଇ ନିଜ ଆଡକୁ ଆକୃଷ୍ଟ କରୁଛନ୍ତି ଇ-କମର୍ସ କମ୍ପାନୀ। ପାର୍ବଣ ସମୟରେ ଏହା ଆହୁରି ଅଧିକ ରହୁଛି।...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri