ମୁମ୍ବାଇ, ୧୦ା୧୨: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ଏନ୍ସିବି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲ୍ଲିକ ମୁମ୍ବାଇ ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିଛନ୍ତି। ଆଗକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଏପରି କମେଣ୍ଟ ଦେବେ ନାହିଁ ବୋଲି ନଓ୍ବାବ ପୂର୍ବରୁ କୋର୍ଟରେ କହିଥିଲେ। ଓ୍ବାଙ୍ଖଡେଙ୍କ ବାପା ନଓ୍ବାବଙ୍କ ବିରୋଧରେ କରିଥିବା ମାନହାନି ମକଦ୍ଦମାର ଶୁଣାଣିବେଳେ ନଓ୍ବାବ କ୍ଷମା ପ୍ରାର୍ଥନା କରିଛନ୍ତି। ଓ୍ବାଙ୍ଖଡେ ଏବଂ ତାଙ୍କ ପରିବାର ବିରୋଧରେ କୌଣସି ମନ୍ତବ୍ୟ ନ ଦେବାକୁ ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲେ ହେଁ ନଓ୍ବାବ ଓ୍ବାଙ୍ଖଡେଙ୍କ ନାଁରେ ଲାଞ୍ଚ ଏବଂ ସାର୍ଟିଫିକେଟରେ ଭୁଲ ଧର୍ମ ଦର୍ଶାଇଥିବା ନେଇ ଅଭିଯୋଗ ଆଣିଥିଲେ। ତେବେ ମିଡିଆର କେତେକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ଏପରି କରିଥିଲେ ଏବଂ କୋର୍ଟଙ୍କ ନିର୍ଦ୍ଦେଶକୁ ଅସମ୍ମାନିତ କରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲା ବୋଲି ନଓ୍ବାବ କହିଛନ୍ତି।