Categories: ଜାତୀୟ

ମହାରାଷ୍ଟ୍ର ଏମ୍‌ଏଲ୍‌ସି ନିର୍ବାଚନ: ଭାଜପାକୁ ୫, ଶାସକ ମେଣ୍ଟକୁ ମିଳିଲା ୪ ଆସନ

ମୁମ୍ବାଇ,୨୧।୬: ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ଶାସକ ମେଣ୍ଟର ୪ ପ୍ରାର୍ଥୀ ଏବଂ ଭାଜପାର ୫ ଜଣ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ସଦସ୍ୟ କ୍ରସ୍‌ ଭୋଟିଂ କରିଥିବା ଅଭିଯୋଗ ହୋଇଛି। ଗୋଟିଏ ଆସନର ଫଳାଫଳ ଘୋଷିତ ହୋଇନାହିଁ। ଉକ୍ତ ଆସନ ଲାଗି ଦୁଇଜଣ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ରାଜ୍ୟ ସଭା ନିର୍ବାଚନରେ ଭାଜପା ଓ ଶାସକ ମେଣ୍ଟକୁ ୩ଟି ଲେଖାଏ ଆସନ ମିଳିଥିଲା ଏବଂ ଶିବସେନା ପ୍ରାର୍ଥୀ ହାରିଯାଇଥିଲେ। ତେଣୁ ଏମ୍‌ଏଲ୍‌ସି ନିର୍ବାଚନରେ ଦଶମ ଆସନ ଶାସକ ମେଣ୍ଟ ପାଇଁ ସମ୍ମାନର ପ୍ରସଙ୍ଗ ହୋଇଛି। ବିଧାନ ପରିଷଦ ନିର୍ବାଚନରେ ଶିବସେନାରୁ ସଚିନ ଅହିର, ଅମଶ୍ୟା ପଦନି, ଏନ୍‌ସିପିରୁ ଏକନାଥ ଖାଡ୍‌ସେ ଏବଂ ରାମରାଜେ ନିମ୍ବଲକର ଜିତିଛନ୍ତି। ସେହିପରି ଭାଜପାରୁ ଶ୍ରୀକାନ୍ତ ଭାରତୀ, ପ୍ରବୀଣ ଡାରେକର, ଉମା ଖାପ୍ରେ ଏବଂ ରାମ ଶିନ୍ଦେ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରକାନ୍ତ ହାଣ୍ଡୋର ଏବଂ ଭାଇ ଜଗତପଙ୍କ ଫଳାଫଳ ଘୋଷଣା ହୋଇନାହିଁ। ୩ କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିଥିବା ଜଣାପଡ଼ିଛି।

Share