Categories: ଜାତୀୟ

ରାଜ ଠାକରେଙ୍କୁ ରାଲି କରିବାକୁ ମିଳିଲା ଅନୁମତି

ମୁମ୍ବାଇ,୨୯।୪: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌)ର ମୁଖ୍ୟ ରାଜ ଠାକରେଙ୍କୁ ବହୁପ୍ରତିକ୍ଷୀତ ରାଲି କରିବାକୁ ଅନୁମତି ମିଳିଛି। ମେ’୧ରେ ଔରଙ୍ଗାବାଦର ସାଂସ୍କୃତିକ ଖେଳ ପଡ଼ିଆରେ ହେବାକୁ ଥିବା ଜନସଭା ପାଇଁ ରାଜ ଠାକରେଙ୍କୁ ଅନୁମତି ପ୍ରଦାନ କରାଯାଇଛି। କିନ୍ତୁ ଏହି ରାଲିରେ ଅନେକ ସର୍ତ୍ତ ପାଳନ କରିବା ବାଧ୍ୟତାମୂଳକ ହେବ। ଏହି ଜନସଭା ମେ’୧ ସନ୍ଧ୍ୟା ସାଢ଼େ ୪ଟାରୁ ୯.୪୫ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଜନସଭାରେ ସାମିଲ ହେବାକୁ ଥିବା ରାଜ ଠାକରେଙ୍କ ସମର୍ଥକଙ୍କୁ କେତେକ ଆତ୍ମ-ଶୃଙ୍ଖଳା ଅନୁସରଣ କରିବାକୁ ପଡ଼ିବ। ରାଲି ସମୟରେ କିମ୍ବା ପରେ ଆପତ୍ତିଜନକ ସ୍ଲୋଗାନ ବା ଅଶ୍ଲୀଳ ଆଚରଣ ବ୍ୟବହାର ଯେପରି ନ ହୁଏ ସେଥିପାଇଁ ଏହାର ପାଳନ କରିବା ବାଧ୍ୟାତାମୂଳକ ରହିବ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି।

Share