Categories: ଜାତୀୟ

ଗୃହ ବାହାରେ ଭାଜପା ବିଧାୟକଙ୍କ ଅଲଗା ମୌସୁମୀ ଅଧିବେଶନ: ନିଲମ୍ବନକୁ କରାଯାଉଛି ବିରୋଧ

ମୁମ୍ବାଇ,୬ ।୭: ମହାରାଷ୍ଟ୍ର ବିଧାନସଭାରେ ସୋମବାର ବାଚସ୍ପତି ଭାରତୀୟ ଜନତା ପାର୍ଟି(ଭାଜପା)ର ୧୨ ବିଧାୟକଙ୍କୁ ଗାଳି-ଗୁଲଜ ଓ ଅସମ୍ମାନ କରିବା ଅଭିଯୋଗରେ ଏକ ବର୍ଷ ପାଇଁ ନିଲମ୍ବ କରିଥିଲେ । ଏହାପରେ ମଙ୍ଗଳବାର ଏହି ନିଲମ୍ବନକୁ ବିରୋଧ କରି ଭାଜପା ବିଧାୟକମାନେ ଗୃହ ବାହାରେ ବିଧାନସଭା ଅଧିବେଶନ ଆରମ୍ଭ କରିଛନ୍ତି । ହାତରେ ପୋଷ୍ଟର ଧରି ଏହି ବିଧାୟକମାନେ ଗୃହ ବାହାରେ ବସିଥିବା ଦେଖାଯାଇଛି । ନିଲମ୍‌ିତ ହୋଇଥିବା ବିଧାୟକମାନେ ନିଲମ୍ବନ ଓ ଓବିସି ସଂରକ୍ଷଣ ବିଷୟକୁ ଆଧାର କରି ବିରୋଧ ପ୍ରଦର୍ଶନ କରିଛନ୍ତି । ଏମାନଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ମଧ୍ୟ ଉପସ୍ଥିତ ରହିଛନ୍ତି । ତେବେ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ଡନବିଶ କହିଛନ୍ତି ମିଛ ଅଭିଯୋଗରେ ବିଧାୟକଙ୍କୁ ଫଶାଇ ଦିଆଯାଇଛି ।

Share