Categories: ଜାତୀୟ

ଏମ୍‌ପି ନବନୀତ ରାଣାଙ୍କୁ ଜୀବନରୁ ମାରିଦେବାକୁ ଧମକ

ନୂଆଦିଲ୍ଲୀ,୨୬ ।୫: ମହାରାଷ୍ଟ୍ରରେ ହନୁମାନ ଚାଳିଶା ବିବାଦକୁ ନେଇ ଚର୍ଚ୍ଚାରେ ଥିବା ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଛି । ଏହି ମାମଲାରେ ଦିଲ୍ଲୀ ପୋଲିସ ଏକ ଏଫଆଇଆର୍ ଦାଖଲ କରିଛି ଓ ମାମଲାର ଯାଞ୍ଚ ଆରମ୍ଭ କରିଦେିଛି । ସୂଚନାଯୋଗ୍ୟ, ନବନୀତ ରାଣାଙ୍କୁ ଫୋନ ଯୋଗେ ଏଭଳି ଧମକ ମିଳିଛି । ଯାହାର ଅଭିଯୋଗ ସେ ପୋଲିସରେ କରିଛନ୍ତି । ଏମ୍‌ପି ଦାବି କରିଛନ୍ତି ଯେ ହନୁମାନ ଚାଳିଶା ପାଠକୁ ନେଇ ତାଙ୍କୁ ଏଭଳି ଧମକ ଦିଆଯାଇଛି ଯେଉଁଥିରେ ତାଙ୍କୁ ମାରି ଦେବାକୁ କୁହାଯାଇଛି ।

ଦିଲ୍ଲୀ ପୋଲିସରେ ଦେଇଥିବା ଅଭିଯୋଗରେ ନବନୀତ ରାଣା କହିଛନ୍ତି ତାଙ୍କୁ ଫୋନରେ ଏହି ଧମକ ଦିଆଯାଇଛି । ଏଥିରେ କୁହାଯାଇଛି କି ଆପଣ ମହାରାଷ୍ଟ୍ର ଆସି ପାରିବେ ନାହିଁ । ହନୁମାନ ଚାଳିଶା ପାଠକଲେ ଜୀବନରୁ ମାରି ଦିଆଯିବ । ମାମଲା ଦିଲ୍ଲୀର ନର୍ଥ ଏଭେନ୍ୟୁ ଥାନାରେ କରାଯାଇଛି । ଏବେ ପୋଲିସ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଖୋଜୁଛି ।

Share