Categories: ଜାତୀୟ

ସିଭିଲ ମେଡିକାଲରେ ୩ମାସରେ ଗଲାଣି ୧୭୯ଶିଶୁଙ୍କ ଜୀବନ

ମୁମ୍ବାଇ,୧୬।୯: ମହାରାଷ୍ଟ୍ରର ଏକ ମେଡିକାଲରେ ୧୭୯ଶିଶୁଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ନନ୍ଦୁରବର ଜିଲରେ ଗତ ତିନିମାସ ମଧ୍ୟରେ ଏକ ସିଭିଲ ମେଡିକାଲରେ ୧୭୯ ଶିଶୁ ପ୍ରାଣ ହରାଇଛନ୍ତି। ନନ୍ଦୁରବର ସିଏମଓ ଏମ ସାୱାନ କୁମାର କହିଛନ୍ତି, ଜୁଲାଇରୁ ବର୍ତ୍ତମାନ ସୁଦ୍ଧା ନନ୍ଦୁରବର ଜିଲାରେ ୭୫ଜଣ, ଅଗଷ୍ଟରେ ୮୬ଜଣ ଏବଂ ସେପ୍ଟେମ୍ବରରେ ୧୮ଜଣଙ୍କର ମତ୍ୟୁ ଘଟିଛି।
ମୃତ ଶିଶୁଙ୍କ ମଧ୍ୟରେ ଜନ୍ମ ବେଳେ କମ ଓଜନ, ସ୍ପେସିସ ଓ ଶ୍ୱାସ ରୋଗ ସମ୍ବନ୍ଧୀୟ ଲକ୍ଷଣ ଦେଖାଯାଉଛି। ୦-୨୮ଦିନର ୭୦ପ୍ରତିଶତ ଶିଶୁ ଏହିସବୁ କାରଣରୁ ମୃତ୍ୟୁବରଣ କରୁଛନ୍ତି।

Share