Categories: ଜାତୀୟ

ଥରିଲା ନାସିକ

ମୁମ୍ବାଇ,୧।୧୨: ମହାରାଷ୍ଟ୍ରର ନାସିକରେ ଗୁରୁବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୩ ରେକର୍ଡ କରାଯାଇଛି। ମୁମ୍ବାଇର ଆଖପାଖ ଅଞ୍ଚଳରେ ମଧ୍ୟ ଏହି ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏତଦ୍‌ ବ୍ୟତୀତ ଗୁଜୁରାଟ ସୀମା ସ୍ଥିତ ଭଲସାଡ ଅଞ୍ଚଳରେ ମଧ୍ୟ ଝଟ୍‌କା ଅନୁଭୂତ ହୋଇଥିବା ଜଣାପଡ଼ିଛି। ହେଲେ ଏତେ ଦୂର ପହଞ୍ଚୁ ପହଞ୍ଚୁ ଭୂକମ୍ପର ତୀବ୍ରତା ବହୁ ପରିମାଣରେ କମିଯାଇଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ। ଏହାପୂର୍ବରୁ ବୁଧବାର ମହାରାଷ୍ଟ୍ରର ଠାଣେ ଜିଲାର ଶାହାପୁରରେ ମଧ୍ୟ ଭୂକମ୍ପ ହୋଇଥିବା ବେଳେ ଏହାର ତୀବ୍ରତା ୨.୭ ରହିଥିଲା।

Share