Categories: ଜାତୀୟ

ମହାରାଷ୍ଟ୍ରର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ଏନସିପିର ହେବେ: ଜୟନ୍ତ ପାଟିଲ

ମୁମ୍ବାଇ,୩୦।୪: ମହାରାଷ୍ଟ୍ରରେ ସରକାର ଭାଙ୍ଗିବା ଅନୁମାନ ମଧ୍ୟରେ ଏନସିପିର ପ୍ରଦେଶ ଅଧ୍ୟକ୍ଷ ଜୟନ୍ତ ପାଟିଲଙ୍କ ବଡ ବୟାନ ସାମ୍ନାକୁ ଆସିଛି। ପାଟିଲ କହିଛନ୍ତି, ମହାରାଷ୍ଟ୍ରର ପ୍ରରବର୍ତ୍ତି ମୁଖ୍ୟମନ୍ତ୍ରୀ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ହେବେ, ଏହା ସମସ୍ତ ଜନତା ମାନି ନେଲେଣି। ଏହାସହ ସେ କହିଛନ୍ତି, ରାଜ୍ୟରେ ଭବିଷ୍ୟତରେ ଏନସିପି ସବୁଠାରୁ ବଡ ରାଜନୈତିକ ଦଳ ଭାବେ ଉଭା ହେବ। ଜୟନ୍ତ ପାଟିଲ ରାଜ୍ୟର ସତାରା ଜିଲାର କରାଡରେ ଖବରଦାତାଙ୍କ ସହ କଥା ହେବା ସମୟରେ ରବିବାର ଏହି ବୟାନ ଦେଇଛନ୍ତି।
ସୂଚନାଯୋଗ୍ୟ, ଶିବସେନାର ୧୬ ବିଧାୟକଙ୍କ ଯୋଗ୍ୟତାକୁ ନେଇ ସୁପ୍ରିମକୋର୍ଟଙ୍କ ସମ୍ବିଧାନ ପୀଠର ରାୟ ଆସିବା ବାକି ରହିଛି ଯାହା ଗତବର୍ଷ ଶିନ୍ଦେ ଗ୍ରୁପକୁ ଆସିଯାଇଥିଲେ। ଏହି ବିଧାୟକଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନାମ ବି ସାମିଲ ଅଛି। କୋର୍ଟଙ୍କ ରାୟ ବିଳମ୍ବ ହେଉଥିବା ଲକ୍ଷ୍ୟ କରି ଏବେ ମହାରାଷ୍ଟ୍ରରେ ସରକାର ଭାଙ୍ଗିବା ଓ ଶିନ୍ଦେଙ୍କ ମୁଖ୍ୟମନ୍ତ୍ରୀ ପଦ ଯାଇପାରେ ବୋଲି ଅନୁମାନ କରାଯାଉଛି।
ଏହା ବ୍ୟତୀତ ସଞ୍ଜୟ ରାଉତ ଓ ଆଉ କେତେଜଣ ନେତା ଭବିଷ୍ୟବାଣୀ କରି ସାରିଛନ୍ତି ଯେ ଶିନ୍ଦେ ଓ ଭାଜପା ସରକାର ବେଶି ଦିନ ତିଷ୍ଠି ପାରିବ ନାହିଁ। ଏହି ଅନୁମାନ ଭିତରେ ଅଜିତ ପାଓ୍ବାର ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ବୋଲି ବି ଅନୁମାନ କରାଯାଇଛି। ସେଥିପାଇଁ ଏବେ ଜୟନ୍ତ ପାଟିଲଙ୍କ ବୟାନକୁ ନେଇ ବଡ ରାଜନୈତିକ ଗୁରୁତ୍ୱ ରଖେ ବୋଲି କୁହାଯାଉଛି।

Share