Categories: ଜାତୀୟ

‘ମୁଁ ହିଁ ଏନସିପି ଅଧ୍ୟକ୍ଷ’

ମୁମ୍ବାଇ,୬।୭: ଅଜିତ ପାୱାରଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରର ରାଜନୀତିରେ ଉତ୍ତେଜନା ଦେଖାଯାଇଛି। ଏହି ସମୟରେ ଗୁରୁବାର ଦିଲ୍ଲୀରେ ଶରଦ ପାୱାରଙ୍କ ଦଳ ଏନସିପିର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାର କହିଛନ୍ତି ଯେ, ଅଜିତ ପାୱାରଙ୍କୁ ଦଳର ଅଧ୍ୟକ୍ଷ କରିବା ବିଷୟରେ ସେ ଜାଣିନାହାଁନ୍ତି। ମୁଁ ହିଁ ଏନସିପିର ଅଧ୍ୟକ୍ଷ। ଏପରି ପରିସ୍ଥିତିରେ, ଯଦି କେହି ବର୍ତ୍ତମାନ ଏନସିପିର ଅଧ୍ୟକ୍ଷ ବୋଲି କୁହନ୍ତି, ତେବେ ଏହାକୁ ଗୁରୁତ୍ୱ ଦିଆଯିବା ଉଚିତ୍‌ ନୁହେଁ।

ଅଜିତ ପାୱାରଙ୍କ ଅବସର ବିବୃତ୍ତିରେ ସେ କହିଛନ୍ତି ଯେ, ମୋର ବୟସ ୮୨ କିମ୍ବା ୯୨ବର୍ଷ, ଏଥିରେ କିଛି ଫରକ ପଡ଼ିବ ନାହିଁ। ଏହି ବୈଠକ ପରେ ଏନସିପି ନେତା ପିସି ଚାକୋ କହିଛନ୍ତି ଯେ, ଏନଡିଏ ସହ ହାତ ମିଳାଇଥିବା ପ୍ରଫୁଲ୍ଲ ପଟେଲ, ସୁନୀଲ ତଟକେରେ ଏବଂ ୯ ଜଣ ବିଧାୟକଙ୍କୁ ବହିଷ୍କାର କରିବା ପାଇଁ ଦଳ ଶରଦ ପାୱାରଙ୍କ ନିଷ୍ପତ୍ତିକୁ ଅନୁମୋଦନ କରିଛି।

 

Share