Categories: ଜାତୀୟ

ବିଦ୍ରୋହୀ ନେତାଙ୍କ ଉପରେ ଏନସିପିର କାର୍ଯ୍ୟାନୁଷ୍ଠାନ, ଅଜିତ ପାଓ୍ବାରଙ୍କ ସମେତ ଅନ୍ୟ ନେତାଙ୍କୁ ଦଳରୁ ବହିଷ୍କାର

ମୁମ୍ବାଇ,୩।୭: ମହାରାଷ୍ଟ୍ରରେ ବିଦ୍ରୋହ ପରେ ରାଜନୈତିକ ଉତ୍ତେଜନା ଜାରି ରହିଛି। ବର୍ତ୍ତମାନ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏନସିପି ସେମାନଙ୍କୁ ଦଳରୁ ବହିଷ୍କାର କରିଛି।ଏନସିପିର ମହାରାଷ୍ଟ୍ର ୟୁନିଟ ସଭାପତି ଜୟନ୍ତ ପାଟିଲ ଏହି ବିଧାୟକମାନଙ୍କୁ ବରଖାସ୍ତ କରିବାବେଳେ ଦଳର ପ୍ରତୀକ ବ୍ୟବହାର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ଜୟନ୍ତ ପାଟିଲଙ୍କ ଏହି ନିଷ୍ପତ୍ତି ଉପରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କର ସମର୍ଥନ ମିଳିଛି। ତାଙ୍କ ନିଷ୍ପତ୍ତିକୁ ଆମେ ସମର୍ଥନ କରିବୁ ବୋଲି ଶରଦ ପାୱାର କହିଛନ୍ତି। ଆମେ ଏକ ନୂତନ ସଂଗଠନ ଗଠନ କରିବୁ। ସେ କହିଛନ୍ତି, କିଏ ଯାଇଛି ଏବଂ କାହା ପାଇଁ ଯାଇଛନ୍ତି ତାହାକୁ ନେଇ ମୁଁ ଚିନ୍ତିତ ନୁହେଁ କାରଣ ଏହା ବର୍ତ୍ତମାନ ଦୁଇ-ତିନିଥର ଘଟିଛି। ରାଜ୍ୟରେ ଆମର ସଂଗଠନ ଶକ୍ତିଶାଳୀ।
ଶରଦ ପାୱାର କହିଛନ୍ତି, ଥରେ ମୁଁ ବିଦେଶ ଯାଇଥିଲି, ଅନେକ ଲୋକ ଦଳ ଛାଡିଥିଲେ ଏବଂ ମୁଁ ଚିନ୍ତିତ ନଥିଲି। ଅଜିତ ପାୱାରଙ୍କ ନିଷ୍ପତ୍ତି ହେଉଛି ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି।

Share