ମୁମ୍ବାଇ,୬।୧୦: ମହାରାଷ୍ଟ୍ରରେ ଗତ କିଛି ଦିନ ହେବ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବେଳକୁ ବେଳ ବଢିବାରେ ଲାଗିଛି। ଏହା ବନ୍ଦ ହେବା ନାଁ ନେଉନାହିଁ। ନାନ୍ଦେଡ ପରେ ବର୍ତ୍ତମାନ ୪ଦିନରେ ନାଗପୁରରେ ୮୦ ରୋଗୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନାଗପୁର ସରକାରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏବଂ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ୮୦ରୋଗୀ ପ୍ରାଣ ହରାଇଛନ୍ତି। ଅକ୍ଟୋବର ୧ ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଏହି ଦୁଇଟି ଡାକ୍ତରଖାନାରେ ୫୯ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ଅକ୍ଟୋବର ୪ ରେ ଏନଜିଏମସିଏଚ ଏବଂ ଆଇଜିଏମସିଏଚରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି।
ଅର୍ଥାତ ଚାରି ଦିନ ମଧ୍ୟରେ ଦୁଇଟି ଡାକ୍ତରଖାନାରେ ୮୦ରୋଗୀଙ୍କର ମୃତ୍ୟୁ ହୋଇଥିଲା। ନାଗପୁରରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ମୃତ୍ୟୁ ପାଇଁ ମଧ୍ୟ ସେମାନେ ସମାନ କାରଣ ଦେଉଛନ୍ତି ଯାହା ନାନ୍ଦେଡ ଜିଲା ଡାକ୍ତରଖାନାରୁ ପ୍ରକାଶ ପାଇଛି। ଏହାର ଅର୍ଥ ସରକାରୀ ଡାକ୍ତରଖାନାଗୁଡ଼ିକରେ ଔଷଧର ଅଭାବ, ଗୁରୁତର କ୍ଷେତ୍ରରେ ଅପରେସନ କରିବାରେ ବିଳମ୍ବ ଏବଂ ରୋଗୀମାନଙ୍କ ପାଇଁ ପର୍ଯ୍ୟାପ୍ତ ଶଯ୍ୟାର ଅଭାବ।