ନାଗପୁର,୨୭।୧୧: ମହାରାଷ୍ଟ୍ର କେନ୍ଦ୍ରୀୟ ରେଲଓ୍ବେ ନାଗପୁର ଡିଭିଜନ ଅଧୀନ ବଲ୍ଲାରଶାହ ଷ୍ଟେଶନରେ ରବିବାର ଏକ ଅଘଟଣ ଘଟିଛି। ଏକ ଫୁଟ୍ ଓଭରବ୍ରିଜ୍ର କିଛି ଅଂଶ ଭୁଶୁଡ଼ି ପଡିଛି। ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି।
ଉକ୍ତ ଓଭରବ୍ରିଜ୍ ୧ ଓ ୫ ନମ୍ବର ପ୍ଲାଟ୍ଫର୍ମକୁ ସଂଯୋଗ କରୁଥିଲା। ରବିବାର ସନ୍ଧ୍ୟାରେ ଯାତ୍ରୀମାନେ ଟ୍ରେନ୍ ଧରିବା ଲାଗି ଓଭରବ୍ରିଜ୍ରେ ଯାଉଥିବା ବେଳେ ସ୍ଲାବ୍ ଭୁଶୁଡ଼ି ପଡ଼ିଥିଲା। ଏଥିରେ ୪୮ବର୍ଷର ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଯୋଗାଇଦେବାକୁ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।