Categories: ଜାତୀୟ

ରାଜ ଠାକରେଙ୍କୁ ପୋଲିସର ନୋଟିସ

ମୁମ୍ବାଇ,୨ ।୫: ମହାରାଷ୍ଟ୍ରରେ ହନୁମାନ ଚାଳିଶା ପାଠକୁ ନେଇ ବିବାଦ ଥମିବାର ନାଁ ନେଉନି । ଏବେ ନବନୀତ ରାଣାଙ୍କ ମାମଲା ସମାଧାନ ହୋଇ ନ ଥିବା ବେଳେ ଏମଏନଏସ ମୁଖ୍ୟ ରାଜ ଠାକରେ ହନୁମାନ ଚାଳିଶାକୁ ନେଇ ଏକ ବୟାନ ଦେଇଛନ୍ତି, ଯାହାକୁ ନେଇ ତାଙ୍କ ସମସ୍ୟା ବଢି ଯାଇଛି । ପୋଲିସ ତାଙ୍କ ନାଁରେ ନୋଟିସ ଜାରି କରିଛି । ରାଲି ସମୟରେ ନିୟମ ଭାଙ୍ଗିବା ଅଭିଯୋଗରେ ପୋଲିସ ତାଙ୍କୁ ନୋଟିସ ଦେଇଛି । ଏହାସହ ତାଙ୍କର କେତେଜଣ କର୍ମୀଙ୍କ ନାଁରେ ବି ନୋଟିସ ଜାରି କରାଯାଇଛି । ପୋଲିସ ଧାରା ୧୪୯ରେ ଏହି ନୋଟିସ ପଠାଇଛି । କୁହାଯାଉଛି କି ଅପରାଧ ଅଭିଯୁକ୍ତ ର୍କମୀଙ୍କୁ ପୋଲିସ ଗିରଫ କରିପାରେ ।

ସୂଚନାଯୋଗ୍ୟ, ଔରଙ୍ଗାବାଦ ରାଲିରେ ରାଜ ଠାକରେ ସବୁଠାରୁ ବଡ କଥା କହିଥିଲେ । ସେ କହିଥିଲେ ଯଦି ଲାଉଡସ୍ପିକରରେ ଅଜାନ କରାଯିବ ତେବେ ଆମେବି ହନୁମାନ ଚାଳିଶା ପାଠ କରିବୁ । ଏହାକୁ ତାଙ୍କର କର୍ମୀମାନେ ସମର୍ଥନ କରିଥିଲେ । ରାଜ ଠାକରେ କହିଥିଲେ ଆମେ ମହାରାଷ୍ଟ୍ରରେ ଦଙ୍ଗା କରିବାକୁ ଚାହୁଁନୁ । ହେଲେ ଯଦି କେହି ଠିକ ରାସ୍ତାକୁ ବୁଝି ନ ପାରିବେ ତେବେ ମହାରାଷ୍ଟ୍ରରେ ଯାହା ହେବ ତା’ପାଇଁ ରାଜ ଠାକରେ ଦାୟୀ ହେବେ ନାହିଁ ।

Share